ସବୁବେଳେ ଗୋଟିଏ ଜିନିଷ ଖାଇ ହେଇ ଯାଉଛନ୍ତି କି ବୋର ? ତେବେ ସଂଧ୍ୟାରେ ନିଶ୍ଚୟ ବନାନ୍ତୁ ପନୀର ଟେଷ୍ଟୀ ରୋଲ୍

ସଂଧ୍ୟାରେ ଆପଣ ଘରେ ବସିଥିବାବେଳେ କିମ୍ବା ଟିଭି ଦେଖୁଥିବା ବେଳେ ନିହାତି ଆପଣଙ୍କୁ କିଛି ଖାଇବାକୁ ମନ ହେଉଥିବ। ଆଉ ଏଥିପାଇଁ ଆପଣଙ୍କୁ ବଜାରକୁ ଯିବା ଦରକାର ନାହିଁ। ଘରେ ବସି ସହଜରେ ପ୍ରସ୍ତତୁ କରନ୍ତୁ ପନିର ଟେଷ୍ଟୀ ରୋଲ। ତେବେ ଜାଣନ୍ତୁ ଏହା ପାଇଁ କଣ ଆବଶ୍ୟକ ଏବଂ ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ବେସନ – ଗୋଟେ କପ୍
ହଳଦି ପାଉଡର – ଅଧା ଛୋଟ ଚାମଚ
ଜୀରା ପାଉଡର – ଅଳ୍ପ
ଲଙ୍କା ପାଉଡର – ସ୍ବାଦାନୁସାରେ
ପନିର – ଅଧା କପ୍
କଞ୍ଚା ଲଙ୍କା – ଦୁଇଟି (କଟା)
ପିଆଜ – ଗୋଟିଏ
ଧନିଆ ପତ୍ର – ୨ ବଡ ଚାମଚ (କଟା)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ବେସନରେ ଅଟା, ହଳଦୀ, ଲଙ୍କା ଏବଂ ଲୁଣ ମିଶାଇ ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ଏହାପରେ ପନିର, ପିଆଜ, ଧନିଆ ପତ୍ର, ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଏବେ ଏକ ନନଷ୍ଟିକ ପ୍ୟାନରେ ସେହି ବେସନର ଘୋଳକୁ ପକାନ୍ତୁ। ଏହା ଉପରେ ପନିରରେ ପ୍ରସ୍ତୁତ କରିଥିବା ସାମଗ୍ରୀକୁ ପକାଇ ରୋଲ କରି ଦିଅନ୍ତୁ। ଏହାକୁ ଭଲ ଭାବେ ସେକି ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏହାକୁ ଚଟଣୀ ସହିତ ଖାଇବାକୁ ଦିଅନ୍ତୁ।