ଭାଗ୍ୟ ଭଲ ନାହିଁ, ନିଆଁ ଲାଗିଗଲା ଇମ୍ରାନ୍‌ ଖାନ୍‌ଙ୍କ ଅଫିସ୍‌ରେ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ କାର୍ଯ୍ୟାଳୟରେ ନିଆଁ । ଇସଲାମାବାଦ ସ୍ଥିତ ଅଫିସ୍‌ର ଷଷ୍ଠ ମହଲାରେ ଆଜି ନିଆଁ ଲାଗି ଯାଇଥିଲା । ସେତେବେଳେ ଇମ୍ରାନ୍‌ ପଞ୍ଚମ ମହଲାରେ ଉପସ୍ଥିତ ଥିଲେ ଏବଂ ଏକ ବୈଠକରେ ଆଲୋଚନା କରୁଥିଲେ । ନିଆଁ ଲାଗିବା ଖବର ପାଇବା ସତ୍ତ୍ୱେ ସେ ବିଚଳିତ ନହୋଇ ବୈଠକ ଜାରି ରଖିଥିଲେ ।

IMRAN OFFICE-1

ତେବେ ପୁଣି ଥରେ ତାଙ୍କୁ ଅବଗତ କରାଯିବାରୁ ସେ ପ୍ରଥମେ ଅଧିକାରୀ ଓ କର୍ମଚାରୀଙ୍କୁ ବାହାରକୁ ବାହାରିଯିବା ପାଇଁ କହିଥିଲେ । ପରେ ନିଜେ ବାହାରି ଆସିଥିଲେ । ଷଷ୍ଠ ମହଲାରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ କର୍ମଚାରୀ ନିଆଁକୁ ଖୁବ୍‌ ଶୀଘ୍ର ଆୟତ୍ତ କରି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.