ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା, ଇସ୍ତଫା ଦାବି କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ ରାହୁଲଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ମେକ ଇନ ଇଣ୍ଡିଆକୁ ରେପ ଇନ ଇଣ୍ଡିଆ ସହ ତୁଳନା କରିଥିଲେ । ହିନ୍ଦୁସ୍ଥାନ ବଳାତ୍କାର ରାଜଧାନୀ ପାଲଟିଥିବା ଅଭିଯୋଗ କରିଥିଲେ । ଦେଶରେ କେହି ଦୁଷ୍କର୍ମକାରୀ ନାହାନ୍ତି । କିନ୍ତୁ ଗାନ୍ଧି ପରିବାରର ଜଣେ ସଦସ୍ୟ ମହିଳାଙ୍କ ଉପରେ ଦୁଷ୍କର୍ମ ହେଉ କହିବା ଅସୌଜନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଦୁଷ୍କର୍ମକାରୀଙ୍କୁ, ଆଇନ ଦଣ୍ଡ ଦେଇଥାଏ । ମହିଳାଙ୍କ ଗରିମାକୁ କଳଙ୍କିତ କରାଯାଇପାରିବ ନାହିଁ ।

ରାହୁଲଙ୍କ ବୟାନକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସ୍ମୃତି ଇରାନୀ। ଏହାସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ରାହୁଲଙ୍କ ବୟାନକୁ ନିନ୍ଦା କରିଥିଲେ । ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ବୟାନ ବିରୋଧରେ ଜୋରଦାର ହଙ୍ଗାମା ହୋଇଛି । ତେବେ ଯେଉଁ ସଦସ୍ୟ ରାଜ୍ୟସଭାର ନୁହନ୍ତି ତାଙ୍କ ନାମ ଗୃହରେ ନିଆଯାଇପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟାନାଇଡୁ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

5 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

5 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

6 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

7 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

8 hours ago