ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା, ଇସ୍ତଫା ଦାବି କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ ରାହୁଲଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ମେକ ଇନ ଇଣ୍ଡିଆକୁ ରେପ ଇନ ଇଣ୍ଡିଆ ସହ ତୁଳନା କରିଥିଲେ । ହିନ୍ଦୁସ୍ଥାନ ବଳାତ୍କାର ରାଜଧାନୀ ପାଲଟିଥିବା ଅଭିଯୋଗ କରିଥିଲେ । ଦେଶରେ କେହି ଦୁଷ୍କର୍ମକାରୀ ନାହାନ୍ତି । କିନ୍ତୁ ଗାନ୍ଧି ପରିବାରର ଜଣେ ସଦସ୍ୟ ମହିଳାଙ୍କ ଉପରେ ଦୁଷ୍କର୍ମ ହେଉ କହିବା ଅସୌଜନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଦୁଷ୍କର୍ମକାରୀଙ୍କୁ, ଆଇନ ଦଣ୍ଡ ଦେଇଥାଏ । ମହିଳାଙ୍କ ଗରିମାକୁ କଳଙ୍କିତ କରାଯାଇପାରିବ ନାହିଁ ।

rahulରାହୁଲଙ୍କ ବୟାନକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ସ୍ମୃତି ଇରାନୀ। ଏହାସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ରାହୁଲଙ୍କ ବୟାନକୁ ନିନ୍ଦା କରିଥିଲେ । ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ବୟାନ ବିରୋଧରେ ଜୋରଦାର ହଙ୍ଗାମା ହୋଇଛି । ତେବେ ଯେଉଁ ସଦସ୍ୟ ରାଜ୍ୟସଭାର ନୁହନ୍ତି ତାଙ୍କ ନାମ ଗୃହରେ ନିଆଯାଇପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟାନାଇଡୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.