ପୁରୀରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଆଜି ବି ଚତୁର୍ଥ ଦିନରେ ଭଙ୍ଗା ଚାଲିଛି ସାନଛତା ମଠ

ପୁରୀ: ପୁରୀରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍‌ରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଜି ବି ଚତୁର୍ଥ ଦିନରେ ଜାରି ରହିଛି ସାନଛତା ମଠ ଉଚ୍ଛେଦ କାମ । କଡା ସୁରକ୍ଷା ମଧ୍ୟରେ ବୁଲୁଛି ବୁଲ୍‌ଡୋଜର । ଗତକାଲି ମଠର ଅଧାଅଧି ଘରଭଙ୍ଗା କାମ ଶେଷ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ମଠ ଉଚ୍ଛେଦ କାର୍ଯ୍ୟ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୩ ଡେସିମିଲ ଜମି ଅଧିଗ୍ରହଣ ସରିଥିବାବେଳେ ଆହୁରି ୫ଡେସିମିଲ ଜମି ଧିଗ୍ରହଣ କରାଯିବ । ମଠ କୋଠା ଉଚ୍ଛେଦ ହେବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ଦର୍ଶନାର୍ଥୀ ଦୋଳବେଦୀ ପାର୍ଶ୍ୱରୁ ସିଧାସଳଖ ଦର୍ସନ କରିବାର ସୁଯୋଗ ପାଇବେ । ସେହିପରି ପୁରୀ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ ମଧ୍ୟ ଆରମ୍ଭ ହୋଇଛି। ମାଟିରେ ମିଶିଛି ସ୍ୱର୍ଗଦ୍ୱାର ଚିମିନି । ପ୍ରାୟ ୭୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଚିମିନଟି ଗତ ୨ବର୍ଷ ଧରି ଅକାମୀ ହୋଇପଡିଥିଲା । ତେବେ ଶବଦାହ ଓ ଉଛେଦ ପ୍ରକ୍ରିୟା ଜାରି ରହିବ । ଆସନ୍ତା ୪ମାସ ମଧ୍ୟରେ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.