ନିଜ ହାତୀକୁ ମୁକୁଳେଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ମାହୁନ୍ତ , ଜାଣନ୍ତୁ ପୂରା ଘଟଣା

ହଜି ଯାଇଥିବା ଲୋକଙ୍କ ପାଇଁ ତ ସେମାନଙ୍କ ଜ୍ଞାତି ପରିଜନ ର ଦ୍ୱାରସ୍ଥ ହେବା ପରି ଘଟଣା  ଆମେ ଦେଖିଥିବୁ ଓ ଶୁଣିଥିବୁ । କିନ୍ତୁ ଗୋଟେ ହାତୀକୁ ଫେରି ପାଇବା ପାଇଁ ଯେ ତାର ମାହୁନ୍ତ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇପାରେ ଏହିପରି ଘଟଣା ହୁଏତ ପ୍ରଥମ ଥର ପାଇଁ ହିଁ ଘଟିଛି । ବନ ବିଭାଗ ଦ୍ୱାରା ଅକ୍ତିଆର ହୋଇଥିବା ହାତୀକୁ ଫେରେଇ ଆଣିବା ପାଇଁ ତାର ମାହୁନ୍ତ ସଦ୍ଦାମ ସୁପ୍ରିମ କୋର୍ଟରେ ଏକ ଆବେଦନ ପତ୍ର ଦାଖଲ କରିଛନ୍ତି । ମହୁନ୍ତଙ୍କ କହିବା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ସେ ନିଜ ହାତୀ ସହ ଏକ ଶିବିରକୁ ଯାଉଥିବା ସମୟରେ ହିଁ ବନ ବିଭାଗ ତାକୁ ନିଜ ଅକ୍ତିଆର ନେଇ ଯାଇଥିଲେ । ତାପରେ ଯେତେ ଗୁହାରି କରିଥିଲେ ମଧ୍ୟ ସେମାନେ ତାକୁ ଛାଡିନଥିଲେ । ବରଂ ମାହୁନ୍ତ ସାମ୍ନାରେ ହାତୀକୁ ନିର୍ଯ୍ୟାତନା ଦେବା ସହ ମାହୁନ୍ତକୁ ମଧ୍ୟ ଗିରଫ କରି ନେଇଥିଲେ । ପ୍ରାୟ ୬୮ ଦିନ ପୋଲିସ ହାଜତରେ ରହିବା ପରେ ସଦ୍ଦାମ ନଭେମ୍ବର ୨୫ ତାରିଖରେ ହିଁ ମୁକୁଳିଛନ୍ତି । କୋର୍ଟକୁ ଦେଇଥିବା ଆବେଦନ ପତ୍ରରେ ସଦ୍ଦାମ ଆବେଦନ ଏହା ମଧ୍ୟ କହିଛନ୍ତିକି ସେ ପ୍ରାୟ ଦଶ ବର୍ଷ ହେବ ନିଜ ହାତୀ ଲକ୍ଷ୍ମୀ ସହ ରହି ଆସୁଛନ୍ତି ।

supreme court

ଏହି ସମୟ ଭିତରେ ସେମାନଙ୍କ ନିଜ ପରିବାର ଠାରୁ ବି ଅଧିକ ଗଭୀର ସମ୍ପର୍କ ସ୍ଥାପିତ ହୋଇଛି । ସୂଚନା ଅନୁଯାୟୀ ବନ ବିଭାଗ ହାତୀ ଲକ୍ଷ୍ମୀକୁ ହରିୟାଣା ସ୍ଥିତ ଏକ ପୁନର୍ବାସ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ତେଣୁ ବାଧ୍ୟ ହୋଇ ସଦ୍ଦାମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି |କୋର୍ଟକୁ ଦେଇଥିବା ଯାଚିକାର ସେ ଏହା ମଧ୍ୟ କହିଛନ୍ତି କି ଲକ୍ଷ୍ମୀ ଓ ସେ ଦୁଇ ସାଙ୍ଗ ପରି । ଲକ୍ଷ୍ମୀ ନିଜ ମାହୁନ୍ତ ସଦ୍ଦାମର ବାସ୍ନା ୩ କିମି ଦୂରରୁ ବାରିପାରେ । ସେ କେବଳ ସଦ୍ଦାମଙ୍କ ହାତରୁ ହିଁ ଖାଦ୍ୟ ଖାଇଥାଏ । ଅନ୍ୟ କାହା ହାତରୁ ପାଣି ଟୋପାଏ ବି ଛୁଏଁ ନାହିଁ | ଏବେ ରହୁଥିବା ପୁନର୍ବାସ କେନ୍ଦ୍ରରେ ଲକ୍ଷ୍ମୀ ଖାଇବା ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛି । ସଦ୍ଦାମ ନିଜ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତିକି ବର୍ତ୍ତମାନ ସେ କେବଳ ନିଜ ହାତୀକୁ ନ୍ୟାୟ ଦେବାକୁ ହିଁ ଚାହୁଁଛନ୍ତି । ସୂଚନା ଦେବା ଯୋଗ୍ୟ କି ୨୦୧୪ ମସିହାରେ ସୁପ୍ରିମ କୋର୍ଟ ଜଲ୍ଲିକଟୁ ମାମଲାର ରାୟରେ ଶୁଣେଇ ଥିଲେ କି ପ୍ରତିଟି ପଶୁଙ୍କର ନିଜ ପସନ୍ଦ ଅନୁସାରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ତାଙ୍କୁ ନିର୍ଯ୍ୟାତନା ଦେବା ଆଇନ ଗତ ଅପରାଧ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.