ଦେଶ ବିଦେଶ

ୟେସ୍‌ ବ୍ୟାଙ୍କ ମାମଲା: ବଢିବାରେ ଲାଗିଛି ପ୍ରତିଷ୍ଠାତା ରାଣା କପୁରଙ୍କ ଅଡୁଆ, ପତ୍ନୀ ଓ ଝିଅଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇଡିର ପଚରାଉଚରା

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ମାମଲାରେ ବଢିବାରେ ଲାଗିଛି ପ୍ରତିଷ୍ଠାତା ରାଣା କପୁରଙ୍କ ଅଡୁଆ । ଇଡି ଗିରଫ କରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତକୁ ନେବା ପରେ ସିବିଆଇ ମଧ୍ୟ ଏହି ମାମଲାରେ ପୃଥକ ତଦନ୍ତ ଆରମ୍ଭ କରିଛି । ରାଣା କପୁର ଓ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର କପିଲ ଓ୍ଵାଧଓ୍ଵାନଙ୍କ ମଧ୍ୟରେ ରହିଥିବା ସଂପର୍କର ତଦନ୍ତ କରୁଛି ସିବିଆଇ । ଇଡି ରାଣା କପୁରଙ୍କୁ ହେପାଜତକୁ ନେଇଥିଲେ ମଧ୍ୟ ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି ।

ୟେସ୍‌ ବ୍ୟାଙ୍କର ଏଭଳି ଦେବାଳିଆ ସ୍ଥିତି ପଛରେ କଣ ରହସ୍ୟ ରହିଛି, କେଉଁ ନେତାଙ୍କର ଏଥିରେ ହାତ ଅଛି, ଏ ସଂପର୍କରେ ରାଣା କପୁରଙ୍କୁ ପଚରାଉଚରା କରାଯାଉଛି । ସେପଟେ ରାଣା କପୁରଙ୍କୁ ଗିରଫ ପରେ ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚରା କରିଛି ଇଡି । ପାଖାପାଖି ୨ ଘଣ୍ଟା ପଚରାଉଚରା କରିଥିବା ଜଣାପଡ଼ିଛି ।

ସେପଟେ ବିଦେଶକୁ ଛୁ ମାରିବା ବେଳେ ତାଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖାଯାଇଛି । ଲଣ୍ଡନ ଯିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା । ତାଙ୍କ ବିରୋଧରେ ବି ଜାରି ହୋଇଥିଲା ଲୁକ୍‌ ଆଉଟ୍‌ ନୋଟିସ୍‌ । ରାଣା କପୁରଙ୍କ ପୁରା ପରିବାର ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହୋଇଛି । ବିନା ଅନୁମତିରେ କେହି ଦେଶ ଛାଡ଼ି ଯାଇ ପାରିବେ ନାହିଁ ।

KNews Bureau

Recent Posts

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

20 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

36 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

4 hours ago