ଦେଶ ବିଦେଶ

ଉଦଘାଟନ ପରେ ବି ଥମିନି ରାଜନୀତି, ସଂସଦ ଭବନକୁ ଏକ କଫିନ୍‌ ବାକ୍ସ ତୁଳନା କଲେ କଲା ଆରଜେଡ଼ି

କେନ୍ୟୁଜ୍(ବ୍ୟୁରୋ): ସଂସଦ ଭବନ ଉଦଘାଟନ ପୂର୍ବରୁ ତେଜିଥିଲା ରାଜନୀତି । କଂଗ୍ରେସ ସମେତ ୨୦ଟି ଦଳ ଉଦଘାଟନ ଉତ୍ସବକୁ ବର୍ଜନ କରିଛନ୍ତି । ଉଦଘାଟନ ପରେ ବି ଥମିନି ରାଜନୀତି । ରାଷ୍ଟ୍ରୀୟ ଜନତା ଦଳ ସଂସଦ ଭବନକୁ ଏକ କଫିନ୍‌ ବାକ୍ସ ଭାବରେ ତୁଳନା କରି ବିଜେପିକୁ କଡ଼ା ସମାଲୋଚନା କରିଛି । ଏଥିରେ ବିଜେପି ଭାରତକୁ ନିବୁଜ କରିଦେବ ବୋଲି ଲେଖି ଟ୍ଵିଟରରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଛି ଆରଜେଡି । ତେବେ ଏହାର ଜବାବ ରଖିଛି ବିଜେପି ।

ଟ୍ଵିଟରରେ ଲେଖିଛି, ଆଜିର ଏହି ଐତିହାସିକ କ୍ଷଣରେ ସାରା ଦେଶ ଗୌରବାନ୍ଵିତ । ୨୦୨୪ରେ ଆରଜେଡିକୁ ଜନତା ଏହି କଫିନ୍‌ରେ ସବୁଦିନ ପାଇଁ ବନ୍ଦ କରି ପୋତି ଦେବେ । ଲୋକତନ୍ତ୍ରର ଏହି ମନ୍ଦିରକୁ ତୁମକୁ ଆସିବାକୁ ଦେବେ ନାହିଁ । ତେଣୁ ନୂଆ ସଂସଦ ଦେଶର ଓ କଫିନ ଆପଣଙ୍କର ବୋଲି ବିଜେପି ଟ୍ଵିଟ୍‌ କରିଛି ।

 

 

KNews Bureau

Recent Posts

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…

2 mins ago

ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…

30 mins ago

ପୁଣି ଟିଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ, ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଟି୨୦ ବିଶ୍ବକପରେ ପୁଣି ବଡ଼ ଓଲଟପାଲଟ । ସର୍ପରାଇଜ୍ ଦେଲା ଆଫଗାନିସ୍ତାନ । ହାରିଲା ନ୍ୟୁଜିଲାଣ୍ଡ । ୧୬୦ ରନର…

39 mins ago

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ…

46 mins ago

ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍‌ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ…

48 mins ago

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

2 hours ago