Below header

ଉଦଘାଟନ ପରେ ବି ଥମିନି ରାଜନୀତି, ସଂସଦ ଭବନକୁ ଏକ କଫିନ୍‌ ବାକ୍ସ ତୁଳନା କଲେ କଲା ଆରଜେଡ଼ି

ରାଷ୍ଟ୍ରୀୟ ଜନତା ଦଳ ସଂସଦ ଭବନକୁ ଏକ କଫିନ୍‌ ବାକ୍ସ ଭାବରେ ତୁଳନା କରି ବିଜେପିକୁ କଡ଼ା ସମାଲୋଚନା କରିଛି । ଏଥିରେ ବିଜେପି ଭାରତକୁ ନିବୁଜ କରିଦେବ ବୋଲି ଲେଖି ଟ୍ଵିଟରରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଛି ଆରଜେଡି ।

କେନ୍ୟୁଜ୍(ବ୍ୟୁରୋ): ସଂସଦ ଭବନ ଉଦଘାଟନ ପୂର୍ବରୁ ତେଜିଥିଲା ରାଜନୀତି । କଂଗ୍ରେସ ସମେତ ୨୦ଟି ଦଳ ଉଦଘାଟନ ଉତ୍ସବକୁ ବର୍ଜନ କରିଛନ୍ତି । ଉଦଘାଟନ ପରେ ବି ଥମିନି ରାଜନୀତି । ରାଷ୍ଟ୍ରୀୟ ଜନତା ଦଳ ସଂସଦ ଭବନକୁ ଏକ କଫିନ୍‌ ବାକ୍ସ ଭାବରେ ତୁଳନା କରି ବିଜେପିକୁ କଡ଼ା ସମାଲୋଚନା କରିଛି । ଏଥିରେ ବିଜେପି ଭାରତକୁ ନିବୁଜ କରିଦେବ ବୋଲି ଲେଖି ଟ୍ଵିଟରରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଛି ଆରଜେଡି । ତେବେ ଏହାର ଜବାବ ରଖିଛି ବିଜେପି ।

ଟ୍ଵିଟରରେ ଲେଖିଛି, ଆଜିର ଏହି ଐତିହାସିକ କ୍ଷଣରେ ସାରା ଦେଶ ଗୌରବାନ୍ଵିତ । ୨୦୨୪ରେ ଆରଜେଡିକୁ ଜନତା ଏହି କଫିନ୍‌ରେ ସବୁଦିନ ପାଇଁ ବନ୍ଦ କରି ପୋତି ଦେବେ । ଲୋକତନ୍ତ୍ରର ଏହି ମନ୍ଦିରକୁ ତୁମକୁ ଆସିବାକୁ ଦେବେ ନାହିଁ । ତେଣୁ ନୂଆ ସଂସଦ ଦେଶର ଓ କଫିନ ଆପଣଙ୍କର ବୋଲି ବିଜେପି ଟ୍ଵିଟ୍‌ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.