ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ ନୂଆ ପାର୍ଲାମେଣ୍ଟ ଭବନ ହେଲା ଲୋକାର୍ପିତ, ରହିଛି ଅତ୍ୟାଧୁନିକ ସୁବିଧା

ପୂଜା ପରେ ପ୍ରଧାନମନ୍ତ୍ରୀ ରାଜଦଣ୍ଡ ସେନଗୋଲ୍‌କୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିଷ୍ଠା କରିଥିଲେ । ତାପୂର୍ବରୁ ରାଜଦଣ୍ଡଙ୍କୁ ତାମିଲନାଡୁର ଅଧିନମ୍‌ ସନ୍ଥମାନେ ତାଙ୍କୁ ଐତିହାସିକ ରାଜଦଣ୍ଡ ହସ୍ତାନ୍ତର କରିଥିଲେ । ଏହାପରେ ସେନଗୋଲ୍‌କୁ ନେଇ ନୂଆ ସଂସଦ ଭବନ ପରିସରରେ ସ୍ଥାପିତ କରିଥିଲେ ପ୍ରଧାନମନ୍ତ୍ରୀ ।

କେନ୍ୟୁଜ୍(ବ୍ୟୁରୋ): ଶ୍ରେଷ୍ଠ ଭାରତର ନୂଆ ସଂସଦ ଭବନ । ଆଜି ଉଦଘାଟିତ ହୋଇଛି ଗଣତନ୍ତ୍ରର ନୂଆ ମନ୍ଦିର । ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା । ବୈଦିକ ରୀତିନୀତି ଓ ମନ୍ତ୍ରୋଚାରଣରେ ଏହାର ଉଦଘାଟନ କରାଯାଉଛି । ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ଯଜ୍ଞ ଓ ପୂଜାର୍ଚ୍ଚନା ।

ପୂଜା ପରେ ପ୍ରଧାନମନ୍ତ୍ରୀ ରାଜଦଣ୍ଡ ସେନଗୋଲ୍‌କୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିଷ୍ଠା କରିଥିଲେ । ତାପୂର୍ବରୁ ରାଜଦଣ୍ଡଙ୍କୁ ତାମିଲନାଡୁର ଅଧିନମ୍‌ ସନ୍ଥମାନେ ତାଙ୍କୁ ଐତିହାସିକ ରାଜଦଣ୍ଡ ହସ୍ତାନ୍ତର କରିଥିଲେ । ଏହାପରେ ସେନଗୋଲ୍‌କୁ ନେଇ ନୂଆ ସଂସଦ ଭବନ ପରିସରରେ ସ୍ଥାପିତ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ଅନୁଷ୍ଠିତ ହୋଇଥିଲା ସର୍ବଧର୍ମ ପ୍ରାଥନା ସଭା । ଏଥିରେ ପ୍ରଧାନମନ୍ତ୍ରୀ, ବାଚସ୍ପତିଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀ ଉପସ୍ଥିତ ଥିଲେ ।

ତ୍ରିକୋଣୀୟ ଆକାରରେ ନିର୍ମାଣ କରାଯାଇଛି ନୂଆ ସଂସଦ ଭବନ । ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ଠିଆ ହୋଇଛି । ଖର୍ଚ୍ଚ ହୋଇଛି ୮୬୨ କୋଟି ଟଙ୍କା । ଏଥିରେ ରହିଛି ଅତ୍ୟାଧୁନିକ ସୁବିଧା। ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୦୦ ସାଂସଦ ବସିପାରିବେ । ପ୍ରତି ଭୋଟିଂ ପାଇଁ ବାୟୋମେଟ୍ରିକ, ଡିଜିଟାଲ ଲାଙ୍ଗୁଏଜ ଇଣ୍ଟରପ୍ରିଟେସନ୍‌ ବା ଅନୁବାଦ ବ୍ୟବସ୍ଥା, ପ୍ରୋଗ୍ରାମେବଲ ମାଇକ୍ରୋଫୋନ ବ୍ୟବସ୍ଥା ରହିଛି । ପ୍ରତି ମହଲାରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କମିଟି ରୁମ୍‌ ରହିଛି । ପ୍ରଥମ ମହଲାରେ ସାଂସଦ, ଭିଭିଆଇପି ଓ ଆଗନ୍ତୁକଙ୍କ ପାଇଁ ରହିଛି ଭୋଜନାଳୟ । ଭାରତର ଜାତୀୟ ପକ୍ଷୀର ମୟୂର ଥିମ୍‌କୁ ନେଇ ଲୋକସଭାର ଆଭ୍ୟାନ୍ତର ଡିଜାଇନ୍‌ ହୋଇଛି । ସେହିପରି ରାଜ୍ୟସଭାରେ ଜାତୀୟ ଫୁଲ ପଦ୍ମର ଥିମ ରହିଛି । ନୂଆ ସଂସଦ ଭବନରେ ରହିଛି ଆର୍ଟ ଗ୍ୟାଲେରୀ ।

୫ ହଜାର ପେଣ୍ଟିଂ, ପ୍ରସ୍ତର ସ୍ଥାପତ୍ୟ, ଓ୍ଵାଲ ପ୍ୟାନେଲ ସଂସଦ ଭବନର ଚାରିଆଡ଼େ ଶୋଭା ପାଉଛି । ଏଗୁଡ଼ିକ ଭାରତୀୟ ବାସ୍ତୁ ଶାସ୍ତ୍ର ଅନୁସାରେ ନିର୍ମିତ ହୋଇଛି । ନୂଆ ପାର୍ଲ୍ୟାମେଣ୍ଟ ବିଲ୍‌ଡିଂରେ କମ ବିଜୁଳି ଶକ୍ତି ଖର୍ଚ୍ଚ ହେବ । ୨୦୨୦ ମସିହାରେ ଏହାର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟାଟା ପ୍ରୋଜେକ୍ଟସ ଲିମିଟେଡ୍‌ ଏହାର ନିର୍ମାଣ କାମ କରିଛି । ୧୫୦ ବର୍ଷ ପର୍ଯ୍ୟନ୍ତ ଲାଷ୍ଟିଂ କରିବ ନୂଆ ସଂସଦ ଭବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.