ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ, ସାନଭାଇର ମୃତ୍ୟୁ ଓ ବଡ଼ଭାଇ ଗୁରୁତର

ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବିପିନ ରାଉତ । ଗୁରୁତରଙ୍କ ନାଁର ବିକ୍ରମ ରାଉତ । 

ବେଗୁନିଆ(କେନ୍ୟୁଜ୍): ଜଘନ୍ୟ ହତ୍ୟା । ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ । ଆକ୍ରମଣରେ ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର । ଖୋର୍ଦ୍ଧା ବୋଲଗଡ ବ୍ଲକ ସାନକୁମାରୀ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବିପିନ ରାଉତ । ଗୁରୁତରଙ୍କ ନାଁର ବିକ୍ରମ ରାଉତ ।  ଆଜି ଦିନ ଦଶଟା ସମୟରେ ସାନକୁମାରୀ ଗାଁର ବିକ୍ରମ ରାଉତ ଗାଁର ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ସମୟରେ ଦୁଇଜଣ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ତାପରେ ପାଖରେ ଥିବା ସାନଭାଇ ବିପିନ ରାଉତ ଘଟଣା ସ୍ଥଳରୁ ଦୌଡି ପଳାଉଯାଉଥିବା ବେଳେ ନିକଟସ୍ଥ ସୁନାଖଳା ରାସ୍ତାର ବ୍ରିଜ ପାଖରେ ଥିବା ଏକ ଦୋକାନ ସମ୍ମୁଖରେ ତାକୁ ବି ଦୁର୍ବୃତ୍ତ ମାନେ ଧାରୁଆ ଖଣ୍ଡାରେ ହାଣି ପକାଇଥିଲେ ।ତେବେ ଗାଁ ରାସ୍ତାରେ ପଡି ବଡଭାଇ ବିକ୍ରମକୁ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ଡାକ୍ତରଖାନାକୁ ପଠାଇ ଥିବା ବେଳେ ସାନଭାଇ ବିପିନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ଘଟାଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତୃତାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଛି ବୋଲି କୁହାଯାଉଛି ।ତେବେ ଆକ୍ରମଣ ହୋଇଥିବା ଏବଂ ଆକ୍ରମଣକାରୀ ଉଭୟ ସାନକୁମାରୀ ଗାଁର ବୋଲି ସୂଚନା ମିଳିଛି ।ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.