ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ଆସନ୍ତାକାଲି ପୂରିବ ୪ ବର୍ଷ, କୃଷିଠାରୁ କ୍ରୀ଼ଡ଼ା ସବୁ କ୍ଷେତ୍ରକୁ ମିଳିଛି ନୂଆ ଦିଗ

ପଞ୍ଚମ ପାଳିର ଶେଷ ବର୍ଷରେ ରାଜ୍ୟ ସରକାରଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ । ଆଗକୁ ରଥଯାତ୍ରା ଓ ସ୍ନାନଯାତ୍ରା ରହିଛି । ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଉପରେ ସରକାର ଗୁରୁତ୍ୱ ଦେବ । ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଦ୍ୱିତୀୟ ଚ୍ୟାଲେଞ୍ଜ ରହିବ ନିଅଣ୍ଟିଆ ବର୍ଷାର ମୁକାବିଲା ।

କେନ୍ୟୁଜ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ଆସନ୍ତାକାଲି ୪ ବର୍ଷ ପୂରିବ । ବିପର୍ଯ୍ୟୟ ମୁକାବିଲାଠୁର ଆରମ୍ଭ କରି ମହିଳା ସଶକ୍ତିକରଣ, ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଯାଏ । କୃଷିଠାରୁ କ୍ରୀ଼ଡ଼ା ସବୁ କ୍ଷେତ୍ରକୁ ମିଳିଛି ନୂଆ ଦିଗ । ପଞ୍ଚମ ପାଳିର ଶେଷ ବର୍ଷରେ ରାଜ୍ୟ ସରକାରଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ । ଆଗକୁ ରଥଯାତ୍ରା ଓ ସ୍ନାନଯାତ୍ରା ରହିଛି । ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଉପରେ ସରକାର ଗୁରୁତ୍ୱ ଦେବ । ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଦ୍ୱିତୀୟ ଚ୍ୟାଲେଞ୍ଜ ରହିବ ନିଅଣ୍ଟିଆ ବର୍ଷାର ମୁକାବିଲା ।

ପାଣିପାଗ ବିଭାଗ ଆକଳନ କରିଛି, ମୌସୁମୀ ସିଜିନରେ ଜୁନରେ ଦେଶରେ ନିଅଣ୍ଟିଆ ବର୍ଷା ହେବ । ଓଡ଼ିଶାର ୬୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ଭଲ ବର୍ଷା ନହେଲେ କୃଷି କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି । ଏଭଳି ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ବି ସରକାରଙ୍କ ଫୋକସରେ ରହିବ । ତୃତୀୟ ଚ୍ୟାଲେଞ୍ଜ ରହିବ କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ପ୍ଲାଣ୍ଟର ଭୂମିପୂଜନ ।

ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସ୍ତାବିତ ପ୍ରକଳ୍ପରେ ନିବେଶ ହେବ ୧ ଲକ୍ଷ କୋଟି ଟଙ୍କା । ଏହି ଗ୍ରୀନ୍‌ ଫିଲ୍‌ଡ ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୨୪ ନିୟୁତ ଟନ୍‌ । ଅନ୍ୟପଟେ ରାଜନୈତିକ ନିଷ୍ପତ୍ତି କଥା ଦେଖିଲେ କିଏ ପଞ୍ଚମ ପାଳିର ପଞ୍ଚମ ବର୍ଷରେ କାହାକୁ ବାଚସ୍ପତି କରାଯିବ । କିଏ ହେବେ ବିଧାନସଭାର ନୂଆ ବାଚସ୍ପତି ତାଉପରେ ସମସ୍ତଙ୍କର ନଜର ରହିବ । ଆସନ୍ତାବର୍ଷ ବିଧାନସଭା ଓ ସାଧାରଣ ନିର୍ବାଚନ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାରୀ ଯୋଜନାର ସଫଳ ରୂପାୟନକୁ ତ୍ୱରାନ୍ଵିତ କରିବା ସହ ନୂଆ ଯୋଜନା କିଛି ଘୋଷଣା ବି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.