ମହମ୍ମଦ ମୋକିମ୍ ଓ ଚିରଞ୍ଜିବ ବିଶ୍ବାଳଙ୍କୁ ନୋଟିସ, ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ସୂଚନା

ଚିରଞ୍ଜିବ ଓ ମୋକିମଙ୍କ AICC କାରଣ ଦର୍ଶାଅ ନୋଟିସ୍ ବାବଦରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା।  ସେ କହିଛନ୍ତି ଏ ସମ୍ପର୍କରେ ମୁଁ ଅଧିକ କିଛି କହିବିନି। ଯାହା ଅଭିଯୋଗ ଆସିଥିଲା ତାକୁ ଆମେ AICC କୁ ପଠେଇ ଦେଇଥିଲୁ।

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏବଂ ଜଗତସିଂହପୁର ଜିଲ୍ଲାର ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ୱାଳଙ୍କୁ କାରଣଦର୍ଶାଅ ନୋଟିସ ଏଆଇସିସି ତରଫରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା। ଜାନକୀ – ବସନ୍ତ ଆଲୋଚନାଚକ୍ରରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସୂଚନା ମିଳିଛି ।

ଚିରଞ୍ଜିବ ଓ ମୋକିମଙ୍କ AICC କାରଣ ଦର୍ଶାଅ ନୋଟିସ୍ ବାବଦରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା।  ସେ କହିଛନ୍ତି ଏ ସମ୍ପର୍କରେ ମୁଁ ଅଧିକ କିଛି କହିବିନି। ଯାହା ଅଭିଯୋଗ ଆସିଥିଲା ତାକୁ ଆମେ AICC କୁ ପଠେଇ ଦେଇଥିଲୁ।  AICC ଯାହା ନିଷ୍ପତ୍ତି ନେଇଥିବ। ମୁଁ ସମସ୍ତଙ୍କୁ ନେଇ ବିଜେପି ବିଜେଡି ବିରୋଧରେ ଲଢ଼ିବାକୁ ଚେଷ୍ଟା କରୁଛି। ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇ କମାଣ୍ଡଙ୍କ ନିଷ୍ପତି।