ଦେଶ ବିଦେଶ

ରୁଷର ପରମାଣୁ ଯୁଦ୍ଧାଭ୍ୟାସ, ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲର କରୁଛି ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଡାର୍ଟି ବୋମା ଓ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ ରୁଷର ପରମାଣୁ ଯୁଦ୍ଧାଭ୍ୟାସ। ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲ ଉତ୍‌କ୍ଷେପଣ କରିଛି। ଟାର୍ଗେଟରେ ୟୁକ୍ରେନ ନଥିଲେ ମଧ୍ୟ ନିଜ ପରମାଣୁ ପରାକ୍ରମ ଦେଖାଉଛି ରୁଷ। ୟୁକ୍ରେନ୍‌ ସହ ୮ ମାସର ଯୁଦ୍ଧ ଭିତରେ ବାର୍ଷିକ ନ୍ୟୁକ୍ଲିଅର ସମରାଭ୍ୟାସ ଆରମ୍ଭ କରିଛି। ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ବସି ରୁଷ ନ୍ୟୁକ୍ଲିଅର ଫୋର୍ସର ଯୁଦ୍ଧାଭ୍ୟାସ ନିରକ୍ଷଣ କରିଛନ୍ତି। ଏହି ଆଣବିକ ସମରାଭ୍ୟାସ ଆମେରିକାର ଜାଣତରେ ହୋଇଛି। ନ୍ୟୁଷ୍ଟାର୍ଟ ଆର୍ମସ ଚୁକ୍ତି ମୁତାବକ ଆମେରିକାକୁ ରୁଷ ଆଗୁଆ ସୂଚନା ଦେଇଥିଲା।

ଅନ୍ୟ ଦେଶ ପରମାଣୁ ଆକ୍ରମଣ କଲେ କିଭଳି ରୋକାଯାଇ ପାରିବ ସେନେଇ ଅଭ୍ୟାସ କରାଯାଇଥିଲା। ନ୍ୟୁକ୍ଲିଅର ଏକ୍ସରସାଇଜ୍‌ ସଫଳ ହୋଇଥିବା ପୁଟିନଙ୍କୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ସୋଇଗୁ । ସେପଟେ ନାଟୋ ବି ପରମାଣୁ ସମରାଭ୍ୟାସ କରିଛି। ତେଣୁ ରୁଷର ପରମାଣୁ ସମରାଭ୍ୟାସ ପରେ ଆଣବିକ ଯୁଦ୍ଧ ଭୟ ବଢ଼ିଛି। ୟୁକ୍ରେନ ବିରୋଧରେ ଡାର୍ଟି ବୋମା ଅଭିଯୋଗ ମଧ୍ୟ ଆଣିଛି ରୁଷିଆ। ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ ପାଇଁ ରୁଷ୍‌ ଡର୍ଟି ବୋମା ଅଭିଯୋଗର ବାହାନା କରିଥିବା ଚର୍ଚ୍ଚା ହେଉଛି। ଇତି ମଧ୍ୟରେ କ୍ରେମଲିନର ନ୍ୟୁକ୍ଲିଅର ଏକ୍ସରସାଇଜ, ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି।

ଅନ୍ୟପଟେ ପୁଟିନ୍‌ କହିଛନ୍ତି, ୟୁକ୍ରେନ ଆଣବିକ ଅସ୍ତ୍ର ହାତେଇବାକୁ ଉଦ୍ୟମ କରୁଛି। ୟୁକ୍ରେନର ଆଣବିକ ଆଶା ISIS ଓ ଅଲ୍‌-କାଏଦା ଭଳି ବିପଦ ସୃଷ୍ଟି କରିବ। କଳାବଜାର ଜରିଆରେ ୟୁକ୍ରେନକୁ ବହୁ ପରିମାଣରେ ଅସ୍ତ୍ର ପହଞ୍ଚୁଛି। ଯାହା ଆତଙ୍କୀ ଗୋଷ୍ଠୀଙ୍କ ହାତରେ ଲାଗିବା ସମ୍ଭାବନା ରହିଛି। ୟୁକ୍ରେନ ନିଜର ସ୍ୱାଧୀନତା ହରାଇଛି ଏବଂ ଆମେରିକା ବୈଦେଶିକ ନୀତିର ଏକ ମୋହରା ପାଲଟିଯାଇଛି ବୋଲି ସିଆଇଏସ୍‌ ଦେଶ ସମୂହର ପ୍ରତିରକ୍ଷା ସମ୍ପର୍କିତ ବୈଠକରେ କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

Also Read: ୟୁକ୍ରେନ୍କୁ ସାହାଯ୍ୟ କରି ନାଟୋ ଦେଶ ହଟହଟା, ସରିଗଲାଣି ନିଜ ଅସ୍ତ୍ରଶସ୍ତ୍ର

WCW 11

Recent Posts

ନଦୀ ପାଣିରେ ପଶି ଦଳ କାଢି ଅଭିନବ ଆନ୍ଦୋଳନ କଲେ ଗ୍ରାମବାସୀ

ସାଲେପୁର(କେନ୍ୟୁଜ): ବିଭିନ୍ନ ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥାନ୍ତି । ଅନେକ କଥା କଟାକଟି, ଅନେକ…

6 mins ago

ଦେଶର ଏହି ୭ଟି ସହରରେ ଖାଇପାରିବେନି ନନ-ଭେଜ୍, ଜାଣନ୍ତୁ କାରଣ

ଦେଶରେ ଏପରି କିଛି ସହର ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଆମିଷ ଖାଦ୍ୟ ଖାଇ ପାରିବେ ନାହିଁ ।…

13 mins ago

ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ପିଏମ୍‌ ପଦର ଶପଥ ଗ୍ରହଣ ପୂର୍ବରୁ ନେଲେ ଆଶୀର୍ବାଦ

ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

27 mins ago

ବୃଦ୍ଧ ବାପା ମା’ଙ୍କ ଠାରୁ ୯ କୋଟି ଟଙ୍କା ଠକେଇ କଲେ ଝିଅ ଜ୍ୱାଇଁ, ପୋଲିସର ତଦନ୍ତ ଜାରି

ମହାରାଷ୍ଟ୍ରର ଠାଣେ ସହରର ଜଣେ ୯୦ ବର୍ଷିୟ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇ ନାତିଙ୍କ…

37 mins ago

ପାଣିରେ ବ୍ଲାକ୍ ମରମେଡ୍ ଲୁକରେ ନଜର ଆସିଲେ ରୁବିନା, କାତିଲ୍ ଅନ୍ଦାଜ ଦେଖି ଦିୱାନା ହେଲେ ଫ୍ୟାନ୍ସ

ଛୋଟ ପରଦାର ରୁବିନା ଦିଲୈକ୍ ଏକ ଖୁବ ଲୋକପ୍ରିୟ ଚେହେରା । ମା' ହେବା ପରେ ମଧ୍ୟ ସେ ନିଜ…

1 hour ago

ବଦଳିଲା ଫିଲ୍ମ ‘ହମାରେ ବାରହ’ ରିଲିଜ୍‌ ଡେଟ୍‌, ବମ୍ବେ ହାଇକୋର୍ଟ ଦେଲା ନିର୍ଦ୍ଦେଶ

ଫିଲ୍ମ ‘ହମାରେ ବାରହ’ ଜୁନ୍ ୭ ଅର୍ଥାତ ଆଜି ସିନେମା ହଲ୍‌ରେ ରିଲଜ୍‌ ହେବାରଥିଲା । କିନ୍ତୁ ଏହାକୁ ନେଇ…

2 hours ago