ରୁଷର ପରମାଣୁ ଯୁଦ୍ଧାଭ୍ୟାସ, ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲର କରୁଛି ଉତ୍କ୍ଷେପଣ

ନୂଆଦିଲ୍ଲୀ: ଡାର୍ଟି ବୋମା ଓ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ ରୁଷର ପରମାଣୁ ଯୁଦ୍ଧାଭ୍ୟାସ। ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ ଉତ୍କ୍ଷେପଣ କରିଛି। ଟାର୍ଗେଟରେ ୟୁକ୍ରେନ ନଥିଲେ ମଧ୍ୟ ନିଜ ପରମାଣୁ ପରାକ୍ରମ ଦେଖାଉଛି ରୁଷ। ୟୁକ୍ରେନ୍ ସହ ୮ ମାସର ଯୁଦ୍ଧ ଭିତରେ ବାର୍ଷିକ ନ୍ୟୁକ୍ଲିଅର ସମରାଭ୍ୟାସ ଆରମ୍ଭ କରିଛି। ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ବସି ରୁଷ ନ୍ୟୁକ୍ଲିଅର ଫୋର୍ସର ଯୁଦ୍ଧାଭ୍ୟାସ ନିରକ୍ଷଣ କରିଛନ୍ତି। ଏହି ଆଣବିକ ସମରାଭ୍ୟାସ ଆମେରିକାର ଜାଣତରେ ହୋଇଛି। ନ୍ୟୁଷ୍ଟାର୍ଟ ଆର୍ମସ ଚୁକ୍ତି ମୁତାବକ ଆମେରିକାକୁ ରୁଷ ଆଗୁଆ ସୂଚନା ଦେଇଥିଲା।
ଅନ୍ୟ ଦେଶ ପରମାଣୁ ଆକ୍ରମଣ କଲେ କିଭଳି ରୋକାଯାଇ ପାରିବ ସେନେଇ ଅଭ୍ୟାସ କରାଯାଇଥିଲା। ନ୍ୟୁକ୍ଲିଅର ଏକ୍ସରସାଇଜ୍ ସଫଳ ହୋଇଥିବା ପୁଟିନଙ୍କୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ସୋଇଗୁ । ସେପଟେ ନାଟୋ ବି ପରମାଣୁ ସମରାଭ୍ୟାସ କରିଛି। ତେଣୁ ରୁଷର ପରମାଣୁ ସମରାଭ୍ୟାସ ପରେ ଆଣବିକ ଯୁଦ୍ଧ ଭୟ ବଢ଼ିଛି। ୟୁକ୍ରେନ ବିରୋଧରେ ଡାର୍ଟି ବୋମା ଅଭିଯୋଗ ମଧ୍ୟ ଆଣିଛି ରୁଷିଆ। ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ପାଇଁ ରୁଷ୍ ଡର୍ଟି ବୋମା ଅଭିଯୋଗର ବାହାନା କରିଥିବା ଚର୍ଚ୍ଚା ହେଉଛି। ଇତି ମଧ୍ୟରେ କ୍ରେମଲିନର ନ୍ୟୁକ୍ଲିଅର ଏକ୍ସରସାଇଜ, ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି।
BREAKING: Russia Mobilizes it’s Nuclear Triad! Today, October 26, 2022, Russia begins its own nuclear war drill by mobilizing the Russian “nuclear triad,” in response to NATO’s corresponding drills. Large exercises are planned. It is expected that during the strategic nuclear pic.twitter.com/R294uj4wU7
— Joseph C. Okechukwu (@jcokechukwu) October 26, 2022
ଅନ୍ୟପଟେ ପୁଟିନ୍ କହିଛନ୍ତି, ୟୁକ୍ରେନ ଆଣବିକ ଅସ୍ତ୍ର ହାତେଇବାକୁ ଉଦ୍ୟମ କରୁଛି। ୟୁକ୍ରେନର ଆଣବିକ ଆଶା ISIS ଓ ଅଲ୍-କାଏଦା ଭଳି ବିପଦ ସୃଷ୍ଟି କରିବ। କଳାବଜାର ଜରିଆରେ ୟୁକ୍ରେନକୁ ବହୁ ପରିମାଣରେ ଅସ୍ତ୍ର ପହଞ୍ଚୁଛି। ଯାହା ଆତଙ୍କୀ ଗୋଷ୍ଠୀଙ୍କ ହାତରେ ଲାଗିବା ସମ୍ଭାବନା ରହିଛି। ୟୁକ୍ରେନ ନିଜର ସ୍ୱାଧୀନତା ହରାଇଛି ଏବଂ ଆମେରିକା ବୈଦେଶିକ ନୀତିର ଏକ ମୋହରା ପାଲଟିଯାଇଛି ବୋଲି ସିଆଇଏସ୍ ଦେଶ ସମୂହର ପ୍ରତିରକ୍ଷା ସମ୍ପର୍କିତ ବୈଠକରେ କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।
Also Read: ୟୁକ୍ରେନ୍କୁ ସାହାଯ୍ୟ କରି ନାଟୋ ଦେଶ ହଟହଟା, ସରିଗଲାଣି ନିଜ ଅସ୍ତ୍ରଶସ୍ତ୍ର