ମୃଦଙ୍ଗ ଓ ଝାଞ୍ଜ ବଜାଇଲେ ଦୁଇ ପ୍ରଶାସନିକ ଅଧିକାରୀ: ସ୍ୱଚ୍ଛ,ସବୁଜ ବାଲିଯାତ୍ରା ଅଭିଯାନ ଓ ମହାନଦୀ ଆଳତୀ କାର୍ଯ୍ୟକ୍ରମରେ ଦେଲେ ବାର୍ତ୍ତା

କଟକ(କେନ୍ୟୁଜ୍): ମୃଦଙ୍ଗ ଓ ଝାଞ୍ଜ ବଜାଇଲେ ପ୍ରଶାସନିକ ଅଧିକାରୀ। ଜଣେ ବଜାଇଲେ ମୃଦଙ୍ଗ। ଆଉ ଜଣେ ବଜାଇଲେ ଝାଞ୍ଜ। ସ୍ୱଚ୍ଛ,ସବୁଜ ବାଲିଯାତ୍ରା ଅଭିଯାନ ଓ ମହାନଦୀ ଆଳତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ଭିନ୍ନ ବାର୍ତ୍ତା ଦେଇଛନ୍ତି ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ। କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି ବଜାଇଛନ୍ତି ମୃଦଙ୍ଗ।
ତା ସହ ଝାଞ୍ଜ ବଜାଇଛନ୍ତି ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ। ଏହା ସହ ଅନ୍ୟାନ୍ୟ ବାଜା ବଜାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଦୁଇ ଅଧିକାରୀ। ନିୟମିତ ସମୟ ବ୍ୟବଧାନରେ ବାଲିଯାତ୍ରା ତଳ ପଡିଆରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛି କଟକ ଜିଲ୍ଲା ପ୍ରଶାସନ। ଘୋଡ଼ା ନାଚ ସାଙ୍ଗକୁ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ ଏହି କାର୍ଯ୍ୟକ୍ରମରେ କରାଯାଇଥିଲା।.