ଆରପାରିରେ ଜଣାଶୁଣା ଆସାମୀ ଅଭିନେତା ନିପୋନ ଗୋସ୍ୱାମୀ,ଆସାମ ସିନେମା ଜଗତରେ ଶୋକର ଛାୟା

ଖୁବ୍ ଜଣାଶୁଣା ଲୋକ ପ୍ରିୟ ଅଭିନେତା ନିପୋନ ଗୋସ୍ୱାମୀଙ୍କର ୨୬ ଅକ୍ଟୋବରରେ ପରଲୋକ ହୋଇଯାଇଛି। ସେ ଆସାମର ଗୁଆହାଟୀର ନେମ୍‌କେଆର ହସ୍ପିଟାଲରେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଦେହ ଅସୁସ୍ଥ ହେବା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୧୯୫୭ ମସିହାରେ ନିର୍ଦ୍ଦେଶକ ଫଣି ଶର୍ମାଙ୍କ ‘ପିଓଲି ଫୁକନ’ରୁ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ୩ ସେପ୍ଟେମ୍ବର ୧୯୪୨ରେ ସେ କୋଲିବାରିରେ ଜନ୍ମ ହୋଇଥିଲେ । ୨୦୧୯ ମସିହାରେ ବାଥରୁମରେ ପଡ଼ିଯିବା ପରେ ସେ ଆହତ ହୋଇଥିଲେ। ତାପରେ ତାଙ୍କୁ ଗୁଆହାଟୀର ଜିଏନଆରସି ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।
ତାଙ୍କର ଜନ୍ମ ଆସାମର କୋଲିବାରିର ତେଜପୁରରେ ହୋଇଥଲା। ତାଙ୍କର ପିତା ଚନ୍ଦ୍ରଧର ଗୋସ୍ୱାମୀ ଜଣେ ଖ୍ୟାତ ନାମା ଅଭିନେତା ଏବଂ ମାତା ନିରୁପମା ଗୋସ୍ୱାମୀ ଜଣେ ଗାୟିକା ଥିଲେ।

୧୯୬୫ ମସିହାରେ ସେ ‘ପୁଣେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଅଭିନୟ ପ୍ରଶିକ୍ଷଣ ନେଇଥିଲେ। ସେ ସୁଭାଷ ଘାଇ, ନବୀନ ନିଶ୍ଚୋଲ ଏବଂ ଶତୃଘ୍ନ ସିହ୍ନାଙ୍କ ସହପାଠୀ ଥିଲେ। ‘ପିଓଲି ଫୁକନ’ ରୁ ସେ ଶିଶୁ କଳା କାର ହିସାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ୧୯୭୦ ମସିହାରେ ରିଲିଜ୍‌ ହୋଇଥି ବା ‘Dr. Bezbaruah ’ ତାଙ୍କୁ ପରିଚୟ ଦେଇଥିଲା ।
ତାଙ୍କର ପ୍ରଥମ ଆସାମୀ ଫିଲ୍ମ ହେଉଛି ‘ସଂଗ୍ରାମ’। କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ସେ ଚରିତ୍ର ଅଭିନେତା ହିସାବରେ କାମ କରିଛନ୍ତି।
ସେ ମଧ୍ୟ ଥିଏଟରରେ କାମ କରିଛନ୍ତି ଏବଂ ତାଙ୍କର ଟିଭି ଶୋ‘ଋତୁ ଆହେ ଋତୁ ଜାଇ’ ମଧ୍ୟ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.