LIVE ମ୍ୟାଚ୍‌ରେ ଯୁବତୀଙ୍କ ହୃଦୟ ଜିତିଗଲେ ଏହି ଯୁବକ, ଷ୍ଟାଡିୟମ୍‌ରେ ଏମିତି କଲେ ପ୍ରେମିକାଙ୍କୁ ପ୍ରପୋଜ୍‌; ଦେଖନ୍ତୁ ଭିଡିଓ

ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଟିମ୍‌ ଇଣ୍ଡିଆ ନିଜର ଦ୍ୱିତୀୟ ମ୍ୟାଚ୍‌ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ନେଦରଲାଣ୍ଡ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ଏହି ମୁକାବିଲା ତ ଜିତି ଯାଇଥିଲା, କିନ୍ତୁ ଷ୍ଟାଡିୟମ୍‌ରେ ଜଣେ ଫ୍ୟାନ୍‌ ନିଜ ପ୍ରେମିକାଙ୍କ ହୃଦୟ ଜିତିବାରେ ବି ସଫଳ ରହିଥିଲେ। ଏହି ଯୁବକ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମିକାଙ୍କୁ ପ୍ରମୋଜ କରିଥିଲେ। ସେହି ରୋମାଣ୍ଟିକ୍‌ ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାରତ-ନେଦରଲାଣ୍ଡ ମ୍ୟାଚ୍ ସମୟରେ ସିଡନୀ ଷ୍ଟାଡିୟମରେ ଜଣେ ଯୁବକ ଆଣ୍ଠୁମାଡି ବସି ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଖାସ୍‌ କଥା ହେଉଛି କି, ପ୍ରେମିକା ମଧ୍ୟ ହଁ କହି ନିଜ ପ୍ରେମର ଅଭିବ୍ୟକ୍ତିକୁ ସବୁଜ ପତାକା ଦେଖାଇ ଦେଇଥିଲେ। ଏହାପରେ ଯୁବକ ନିଜ ପ୍ରେମିକାଙ୍କୁ ପ୍ରପୋଜ କରି ଏକ ମୁଦି ପିନ୍ଧାଇଥିଲେ। ଏହି ଘଟଣାର ଦୃଶ୍ୟ ନେଦରଲାଣ୍ଡ ଇନିଂସ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ବିଶେଷ ମୁହୂର୍ତ୍ତର ଭିଡିଓକୁ ଆଇସିସି ସେୟାର କରିଛି ଏବଂ ଲେଖିଛି କି, ‘ସେ ହଁ କହିଛନ୍ତି’। ମ୍ୟାଚ୍ ପ୍ରସାରଣ କରୁଥିବା ବ୍ରଡ୍‌କାଷ୍ଟରମାନେ ମଧ୍ୟ ଏହି ମୁହୂର୍ତ୍ତକୁ ବଡ଼ ସ୍କ୍ରିନ୍‌ରେ ଦେଖାଇଥିଲେ।

ସେପଟେ ମ୍ୟାଚ୍‌ ବିଷୟରେ କଥା ହେବା ତ, ଟିମ୍ ଇଣ୍ଡିଆ ଏହି ମୁକାବିଲାରେ ଏକ ସହଜ ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଧିମା ଆରମ୍ଭ କରିଥିଲା, କିନ୍ତୁ ୨୦ ଓଭର ଖେଳିବା ପରେ ଦଳ ୨ ୱିକେଟ୍ ବିନିମୟରେ ୧୭୯ ରନ୍ କରିବାରେ ସଫଳ ରହିଥିଲା। ୧୮୦ ରନ୍ର ଲକ୍ଷ୍ୟ ରଖି ଜବାବରେ ନେଦରଲାଣ୍ଡ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ ହିଁ କରି ପାରିଥିଲା।

 

View this post on Instagram

 

A post shared by ICC (@icc)

ଟିମ୍ ଇଣ୍ଡିଆ ତରଫରୁ ଏହି ମ୍ୟାଚରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ବିରାଟ ୪୪ ବଲରେ ୬୨ ରନ୍‌ କରି ଅପରାଜିତ ରହିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୨୫ ବଲରେ ୫୧ ରନ୍‌ କରି ଅପରାଜିତ ରହିଥିଲେ। ଏହାପୂର୍ବରୁ ରୋହିତ ଶର୍ମା ୩୯ ବଲ୍‌ରେ ୪ଟି ଚଉକା ଏବଂ ୩ଟି ଛକା ସହାୟତାରେ ୫୩ ରନ୍ ସଂଗ୍ରହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.