ଆଜିଠୁ ବନ୍ଦ କେରଳର ବହୁ ଚର୍ଚ୍ଚିତ ସାବରିମାଲା ମନ୍ଦିର

କେରଳ(କେନ୍ଯୁଜ୍) : ଆଜିଠୁ ବନ୍ଦ ରହିବ କେରଳର ବହୁ ଚର୍ଚ୍ଚିତ ସାବରିମାଲା ମନ୍ଦିର । ମାସର ଶେଷ ପୂଜା ପରେ ମନ୍ଦିର ବନ୍ଦ ରହିବ । ଗତକାଲି ଲାଗାତାର ପଞ୍ଚମ ଦିନରେ ମହିଳାଙ୍କ ପ୍ରବେଶ ହୋଇ ପାରିନଥିଲା । ମୁଖ୍ୟ ପୂଜାରୀ ମନ୍ଦିର ପରିସର ଭିତରକୁ ପ୍ରବେଶ କରାଇବାକୁ ଦେଲେ ନାହିଁ।

ଭକ୍ତମାନେ ଗେଟ୍‌ ଆଗରେ ପ୍ରବଳ ବିରୋଧ କରି ହଟ୍ଟଗୋଳ କଲେ। ସେହିପରି ୪୭ ବର୍ଷିୟ ମହିଳା ଦୀର୍ଘ ୪ କିଲୋମିଟର ଚାଲି ଚାଲି ଯିବା ପରେ ବିକ୍ଷୋଭକାରୀଙ୍କ ସମ୍ମୁଖୀନ ହୋଇଥିଲେ । ବିକ୍ଷୋଭକାରୀ ମାନେ ତାଙ୍କୁ ପରିଚୟ ପତ୍ର ମାଗିଥିଲେ । ବୟସ ଜଣାପଡିବା ପରେ ମହିଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ମହିଳା ଡରିଯାଇ ସଜ୍ଞାହୀନ ହୋଇଯାଇଥିଲେ ।

ସେହିପରି ଅନ୍ୟ ତିନି ଜଣ ମହିଳା ମନ୍ଦିର ଆଡକୁ ଯିବା ବେଳେ ସେମାନଙ୍କୁ ବିକ୍ଷୋଭକାରୀମାନେ ଘଉଡାଇଥିଲେ । ସାବରିମାଲାରେ ସବୁ ବୟସ ବର୍ଗର ମହିଳା ପ୍ରବେଶ କରି ପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା । କିନ୍ତୁ ଆୟପ୍ପା ବିଶ୍ୱାସୀ ଓ ସମର୍ଥକ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। ଫଳରେ ଆସ୍ଥା-ବନାମ-ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 hour ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago