Below header

ଆଜିଠୁ ବନ୍ଦ କେରଳର ବହୁ ଚର୍ଚ୍ଚିତ ସାବରିମାଲା ମନ୍ଦିର

କେରଳ(କେନ୍ଯୁଜ୍) : ଆଜିଠୁ ବନ୍ଦ ରହିବ କେରଳର ବହୁ ଚର୍ଚ୍ଚିତ ସାବରିମାଲା ମନ୍ଦିର । ମାସର ଶେଷ ପୂଜା ପରେ ମନ୍ଦିର ବନ୍ଦ ରହିବ । ଗତକାଲି ଲାଗାତାର ପଞ୍ଚମ ଦିନରେ ମହିଳାଙ୍କ ପ୍ରବେଶ ହୋଇ ପାରିନଥିଲା । ମୁଖ୍ୟ ପୂଜାରୀ ମନ୍ଦିର ପରିସର ଭିତରକୁ ପ୍ରବେଶ କରାଇବାକୁ ଦେଲେ ନାହିଁ।

sabarimala-temple (1)ଭକ୍ତମାନେ ଗେଟ୍‌ ଆଗରେ ପ୍ରବଳ ବିରୋଧ କରି ହଟ୍ଟଗୋଳ କଲେ। ସେହିପରି ୪୭ ବର୍ଷିୟ ମହିଳା ଦୀର୍ଘ ୪ କିଲୋମିଟର ଚାଲି ଚାଲି ଯିବା ପରେ ବିକ୍ଷୋଭକାରୀଙ୍କ ସମ୍ମୁଖୀନ ହୋଇଥିଲେ । ବିକ୍ଷୋଭକାରୀ ମାନେ ତାଙ୍କୁ ପରିଚୟ ପତ୍ର ମାଗିଥିଲେ । ବୟସ ଜଣାପଡିବା ପରେ ମହିଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ମହିଳା ଡରିଯାଇ ସଜ୍ଞାହୀନ ହୋଇଯାଇଥିଲେ ।

sabarimala-2ସେହିପରି ଅନ୍ୟ ତିନି ଜଣ ମହିଳା ମନ୍ଦିର ଆଡକୁ ଯିବା ବେଳେ ସେମାନଙ୍କୁ ବିକ୍ଷୋଭକାରୀମାନେ ଘଉଡାଇଥିଲେ । ସାବରିମାଲାରେ ସବୁ ବୟସ ବର୍ଗର ମହିଳା ପ୍ରବେଶ କରି ପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା । କିନ୍ତୁ ଆୟପ୍ପା ବିଶ୍ୱାସୀ ଓ ସମର୍ଥକ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ବିରୋଧ କରୁଛନ୍ତି। ଫଳରେ ଆସ୍ଥା-ବନାମ-ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.