ଦେଶ ବିଦେଶ

ଶିବସେନାକୁ ପୁଣି ଲାଗିବ ବଡ ଝଟକା, ବିଧାୟକଙ୍କ ପରେ ଏବେ ସାଂସଦ କରିପାରନ୍ତି ବିଦ୍ରୋହ

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାସଂକଟ। ଯାହାର ପରିଣିତି ସ୍ୱରୂପ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସିନ୍ଦେ। ସେପଟେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ପାର୍ଟି ଏବେ ଟଳମଳ ସ୍ଥିତିରେ। ଏହା ପରେ ମଧ୍ୟ ପାର୍ଟିକୁ ଏକ ବଡ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଜଣେ ନେତାଙ୍କ କହିବାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକଙ୍କ ପରେ ଏବେ ସାଂସଦ ମଧ୍ୟ ବିଦ୍ରୋହ କରିପାରନ୍ତି। ଶିବସେନା କଳିର ପ୍ରଭାବ ସାଂସଦଙ୍କ ଉପରେ ପଡୁଛି । ୧୯ ସାଂସଦଙ୍କ ମଧ୍ୟରୁ ୧ ୪ ଜଣ ଟିମ୍ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅନ୍ୟପଟେ ଉଦ୍ଧବ ଠାକରେ ଦଳୀୟ ସାଂସଦଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଡାକିଥିଲେ । ଶିବସେନା ସୂତ୍ରାନୁସାରେ, ଦଳର ବରିଷ୍ଠ ସାଂସଦ ସିନ୍ଦେଙ୍କ ଗୋଷ୍ଠୀ ସହ ହାତ ମିଳାଇବାକୁ ପରାମର୍ଶ ଦେଇଛନ୍ତି ।

ଉଦ୍ଧବ ଡାକିଥିବା ଏହି ବୈଠକରେ ତିନିଜଣ ସାଂସଦ ଉପସ୍ଥିତ ନଥିଲେ । ଏକନାଥ ସିନ୍ଦେଙ୍କ ପୁତ୍ର ଶ୍ରୀକାନ୍ତ ସିନ୍ଦେ, ଭାବନା ଗବଲୀ ଓ ରାଜନ ବିଚାରେ ବୈଠକରୁ ନିଜକୁ ଦୂରରେ ରଖିଥିଲେ । ଭାବନା ଏବେ ଇଡି ସ୍କାନରରେ ରହିଛନ୍ତି । ବାପାଙ୍କୁ ସମର୍ଥନ କରୁଛନ୍ତି ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ।

ବୈଠକ ପରେ ଶିବସେନାର ଲୋକସଭା ନେତା ବିନାୟକ ରାଓ୍ୱତ କହିଥିଲେ ଯେ, ବିଦ୍ରୋହର ପ୍ରଭାବ ଦଳୀୟ ସାଂସଦଙ୍କ ଉପରେ ପଡିବ ନାହିଁ । ଉସମାନାବାଦର ସାଂସଦ ଓମରାଜେ ନିମ୍ବାଲକର ଉଦ୍ଧବଙ୍କ ସହ ରହିଥିବା କହିଛନ୍ତି । ଏପରିକି ସେମାନେ ଦଳର ନିର୍ଦ୍ଦେଶ ମୁତାବକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବେ ବୋଲି କହିଛନ୍ତି ।


ଏହାମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏକନାଥ ସିନ୍ଧେଙ୍କୁ ଶିବସେନାରୁ ବହିଷ୍କୃତ କରିଛନ୍ତି।

Swagatika

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

11 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

12 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

16 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

18 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

23 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

31 mins ago