ରୁଡକି: ଉଚ୍ଚ ଶିକ୍ଷା ସଂସ୍ଥାର ରିସର୍ଚ୍ଚ ସ୍କଲାରଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ରୁଡକିର ଉଚ୍ଚ ଟେକ୍ନିକାଲ ଶିକ୍ଷା ସଂସ୍ଥାର ରିସର୍ଚ୍ଚ ସ୍କଲାରଙ୍କ ସହିତ ବିବାହର ପ୍ରଲ୍ଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲକ୍ଷ୍ନୋରେ ପିଏଚଡି କରିବା ସମୟରେ ଯୁବତୀଙ୍କର ଏହି ଅଭିଯୁକ୍ତଙ୍କ ସହ ଦେଖା ହୋଇଥିଲା। ସଜାତୀୟ ହେବା ପରେ ଯୁବକ ଜଣକ ବିବାହ କରିବା ପାଇଁ କହିଥିଲେ, କିନ୍ତୁ ବର୍ତ୍ତମାନ ସେ ମନା କରିଛନ୍ତି। ପୋଲିସ ଏହି ଘଟଣାରେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି।

ରିପୋର୍ଟ ଅନୁଯାୟୀ ଗତ ରବିବାର ଦିନ ଯୁବତୀ ଜଣକ ସିଭିଲ ଲାଇନ୍ସ କେତାୱାଲି ପୋଲିସକୁ ଏଫାୟାର ଜରିଆରେ କହିଥିଲେ ସେ ୨୦୧୬ରେ ଲକ୍ଷ୍ନୋ ସ୍ଥିତ ଏକ ସଂସ୍ଥାନରେ ପିଏଚଡି କରୁଥିଲେ। ଏହି ସଂସ୍ଥାରେ ଜଣେ ଯୁବକ ମଧ୍ୟ ପିଏଚଡି କରୁଥିଲେ। ଅଧ୍ୟୟନ ସମୟରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ହୋଇଥିଲା। କିଛି ଦିନ ପରେ ଯୁବକ ଜଣଙ୍କ ତାଙ୍କୁ ବିବାହ କରିବା ପ୍ରସ୍ତାବ ଦେଇଥିଲେ। ସଜାତୀୟ ହୋଇଥିବାରୁ ଯୁବତୀ ଜଣକ ଏହି ପ୍ରସ୍ତାବରେ ରାଜି ହୋଇଥିଲେ।

ପିଏଚଡି ଶେଷ ହେବା ପରେ ଯୁବତୀଙ୍କୁ ରୁରକିର ଏକ ଉଚ୍ଚ ଶିକ୍ଷାନୁଷ୍ଟାନରେ ଫେଲୋସିପି ମିଳିଥିବା ବେଳେ ଯୁବକଙ୍କୁ ଦିଲ୍ଲୀରେ ଫେଲୋସିପି ମିଳିଥିଲା। ଏହାପରେ ଯୁବକ ଜଣକ ଯୁବତୀଙ୍କୁ ଫୋନ କରି ତାଙ୍କୁ ସେହି ସଂସ୍ଥାରେ ଫେଲୋସିପି ମିଳିଥିବା କଥା କହି ପୂର୍ବବର୍ଷ ୨୮ ଡିସେମ୍ବର ରୁରକି ଆସି ତାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସେ ସେଠାରେ ଏକ ଗେଷ୍ଟ ହାଉସ ବୁକ୍ କରି ଯୁବତୀଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଯେତେବେଳେ ଯୁବତୀ ଜଣକ ବିବାହ କରିବା ପାଇଁ ଦାବି କରିଥିଲେ, ସେ ସମୟରେ ଯୁବକ ଜଣକ ତାଙ୍କ ପରିବାର ପକ୍ଷ ରାଜି ହେଉନଥିବା କଥା କହିଥିଲେ। ଏଥିସହ ସହ ଯୁବତୀ ଜଣକ ବିବାହ ପାର୍ଇ ଅଧିକ ଦାବି କଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

ରିପୋର୍ଟ ଅନୁଯାୟୀ କେତୱାଲି ପ୍ରବାସୀ ଅମରଜୀତ ସିଂ କହିଛନ୍ତି ଅଭିଯୁକ୍ତ ସୁନୀଲ ଯାଦବଙ୍କ ବିରୋଧରେ ଇନ୍ଦୋଲି, ମନଖୋଲୀ, ବଲିୟା, ଉତ୍ତରପ୍ରଦେଶରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ୟୁନିଭରସିଟି ଅଫ ଦିଲ୍ଲୀରେ ରହୁଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅତ୍ୟଧିକ ଯାଞ୍ଚ କରିବା ପାଇଁ ତାଙ୍କୁ କେତୱାଲୀ ଡକାଯାଇଛି।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

14 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

36 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago