ରୁଡକି: ଉଚ୍ଚ ଶିକ୍ଷା ସଂସ୍ଥାର ରିସର୍ଚ୍ଚ ସ୍କଲାରଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ରୁଡକିର ଉଚ୍ଚ ଟେକ୍ନିକାଲ ଶିକ୍ଷା ସଂସ୍ଥାର ରିସର୍ଚ୍ଚ ସ୍କଲାରଙ୍କ ସହିତ ବିବାହର ପ୍ରଲ୍ଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲକ୍ଷ୍ନୋରେ ପିଏଚଡି କରିବା ସମୟରେ ଯୁବତୀଙ୍କର ଏହି ଅଭିଯୁକ୍ତଙ୍କ ସହ ଦେଖା ହୋଇଥିଲା। ସଜାତୀୟ ହେବା ପରେ ଯୁବକ ଜଣକ ବିବାହ କରିବା ପାଇଁ କହିଥିଲେ, କିନ୍ତୁ ବର୍ତ୍ତମାନ ସେ ମନା କରିଛନ୍ତି। ପୋଲିସ ଏହି ଘଟଣାରେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି।

ରିପୋର୍ଟ ଅନୁଯାୟୀ ଗତ ରବିବାର ଦିନ ଯୁବତୀ ଜଣକ ସିଭିଲ ଲାଇନ୍ସ କେତାୱାଲି ପୋଲିସକୁ ଏଫାୟାର ଜରିଆରେ କହିଥିଲେ ସେ ୨୦୧୬ରେ ଲକ୍ଷ୍ନୋ ସ୍ଥିତ ଏକ ସଂସ୍ଥାନରେ ପିଏଚଡି କରୁଥିଲେ। ଏହି ସଂସ୍ଥାରେ ଜଣେ ଯୁବକ ମଧ୍ୟ ପିଏଚଡି କରୁଥିଲେ। ଅଧ୍ୟୟନ ସମୟରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ହୋଇଥିଲା। କିଛି ଦିନ ପରେ ଯୁବକ ଜଣଙ୍କ ତାଙ୍କୁ ବିବାହ କରିବା ପ୍ରସ୍ତାବ ଦେଇଥିଲେ। ସଜାତୀୟ ହୋଇଥିବାରୁ ଯୁବତୀ ଜଣକ ଏହି ପ୍ରସ୍ତାବରେ ରାଜି ହୋଇଥିଲେ।

sexual harasmentପିଏଚଡି ଶେଷ ହେବା ପରେ ଯୁବତୀଙ୍କୁ ରୁରକିର ଏକ ଉଚ୍ଚ ଶିକ୍ଷାନୁଷ୍ଟାନରେ ଫେଲୋସିପି ମିଳିଥିବା ବେଳେ ଯୁବକଙ୍କୁ ଦିଲ୍ଲୀରେ ଫେଲୋସିପି ମିଳିଥିଲା। ଏହାପରେ ଯୁବକ ଜଣକ ଯୁବତୀଙ୍କୁ ଫୋନ କରି ତାଙ୍କୁ ସେହି ସଂସ୍ଥାରେ ଫେଲୋସିପି ମିଳିଥିବା କଥା କହି ପୂର୍ବବର୍ଷ ୨୮ ଡିସେମ୍ବର ରୁରକି ଆସି ତାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ସେ ସେଠାରେ ଏକ ଗେଷ୍ଟ ହାଉସ ବୁକ୍ କରି ଯୁବତୀଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଯେତେବେଳେ ଯୁବତୀ ଜଣକ ବିବାହ କରିବା ପାଇଁ ଦାବି କରିଥିଲେ, ସେ ସମୟରେ ଯୁବକ ଜଣକ ତାଙ୍କ ପରିବାର ପକ୍ଷ ରାଜି ହେଉନଥିବା କଥା କହିଥିଲେ। ଏଥିସହ ସହ ଯୁବତୀ ଜଣକ ବିବାହ ପାର୍ଇ ଅଧିକ ଦାବି କଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

caseରିପୋର୍ଟ ଅନୁଯାୟୀ କେତୱାଲି ପ୍ରବାସୀ ଅମରଜୀତ ସିଂ କହିଛନ୍ତି ଅଭିଯୁକ୍ତ ସୁନୀଲ ଯାଦବଙ୍କ ବିରୋଧରେ ଇନ୍ଦୋଲି, ମନଖୋଲୀ, ବଲିୟା, ଉତ୍ତରପ୍ରଦେଶରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ୟୁନିଭରସିଟି ଅଫ ଦିଲ୍ଲୀରେ ରହୁଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅତ୍ୟଧିକ ଯାଞ୍ଚ କରିବା ପାଇଁ ତାଙ୍କୁ କେତୱାଲୀ ଡକାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.