Below header

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

କେନ୍ୟୁଜ୍ : ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ। ଯାଜପୁର, ସୋର, ଜଳେଶ୍ୱର, ବସ୍ତା, ଝାମନଗର, ବାସୁଦେବପୁର, ବାଲେଶ୍ୱର,ନିଆଳି, ମାହାଙ୍ଗା, ସାଲେପୁର, କାକଟପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ପାରାଦୀପର ବିଭିନ୍ନ ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି। ଯାଜପୁର ବାହାବଳପୁର ୧୧୬ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇପଡିବା ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି। ସେହିପରି ନିଆଳିର ୪ଟି ବୁଥ୍‌ରେ ଇଭିଏମ୍ ଖରାପ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନହଙ୍ଗ ୭୨ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଛି । ସେହିପରି ଯାଜପୁର ନିର୍ବାଚନ ମଣ୍ଡଳୀର ୯୬ ନମ୍ବର ବୁଥରେ ଇଭିଏମ ଅଚଳ ହୋଇଛି । ଫଳରେ ଭୋଟରମାନେ ସକାଳ ୭ଟାରୁ ଭୋଟ ଦେବାକୁ ଆସି ଲମ୍ବା ଧାଡିରେ ଛିଡା ହୋଇ ରହିଛନ୍ତି। ଆଉ କିଛି ଭୋଟର ଭୋଟ ନଦେଇ ଘରକୁ ଫେରି ଯାଇଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.