ଦେଶ ବିଦେଶ

‘ବିନା ଅନୁମତିରେ ମୋ ଫଟୋ କେହି ବ୍ୟବହାର କରିବେ ନାହିଁ…’ ଶରଦ ପାଓ୍ଵାରଙ୍କ କଡ଼ା ଚେତାବନୀ

ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ବିଦ୍ରୋହୀ ନେତାମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାଙ୍କର ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଶରଦ ପାଓ୍ଵାର ବିଦ୍ରୋହୀ ଦଳର ନେତାଙ୍କୁ ସ୍ପଷ୍ଟ ରୂପେ ତାଙ୍କ ଫଟୋ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି।

ସେ କହିଛନ୍ତି ଯେ ‘ମୁଁ ଯେଉଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛି ଏବଂ ଜୟନ୍ତ ପାଟିଲ ମହାରାଷ୍ଟ୍ରର ରାଜ୍ୟ ଅଧ୍ୟକ୍ଷ ଅଛନ୍ତି, କେବଳ ସେହି ଦଳର ଲୋକେ ମୋ ଫଟୋ ବ୍ୟବହାର କରିବେ। ଅନ୍ୟ କେହି ମଧ୍ୟ ମୋର ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିବେ ନାହିଁ’।

ଅଜିତ ପାୱାର ବିଜେପି ଏବଂ ଶିବସେନା (ସିନ୍ଦେ ଦଳ) ସହ ହାତ ମିଳାଇବା ପରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ଅଜିତ ପାୱାର ନିଜ ଦଳକୁ ମୂଳ ଏନ୍‌ସିପି କହୁଥିବା ବେଳେ ଶରଦ ପାୱାରଙ୍କ ଦଳ ନିଜକୁ ପ୍ରକୃତ ଏନ୍‌ସିପି ବୋଲି କହୁଛନ୍ତି। ଏହି କନ୍ଦଳ ମଧ୍ୟରେ ଅନେକ ସ୍ଥାନରେ ଶରଦ ପାୱାରଙ୍କ ଫଟୋ ବ୍ୟବହାର ହୋଇଥିବା କଥା ସାମ୍ନାକୁ ଆସିଛି।

ଏହା ଉପରେ ଶରଦ ପାୱାର ବିଦ୍ରୋହୀ ଦଳକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ବିନା ଅନୁମତିରେ କେହି ତାଙ୍କ ଫଟୋ ବ୍ୟବହାର କରିବେ ନାହିଁ।

Roshni

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago