ସରକାରଙ୍କୁ ସାହାଯ୍ୟ କଲା ମନ୍ଦିର, ଆର୍ଥିକ ସଙ୍କଟ ଦେଇ ଯାଉଥିବା ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡି ଟ୍ରଷ୍ଟ

ମହାରାଷ୍ଟ୍ର : ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନିବସଙ୍କ ସରକାର । ଏମିତି ପରିସ୍ଥିତିରେ ଫଡନିବସ୍ ସରକାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଶିରିଡିର ସାଇବାବା ମନ୍ଦିର ଟ୍ରଷ୍ଟ । ସରକାରଙ୍କୁ ବିନା ସୁଧରେ ୫୦୦ କୋଟି କୋଟି ଋଣ ଦେଇଛି ଟ୍ରଷ୍ଟ । ଏହା ସହ ଋଣ ପରିଶୋଧ କରିବା ପାଇଁ କୌଣସି ନିର୍ଦ୍ଧାରତ ସମୟ ସୀମା ମଧ୍ୟ ଦିଆଯାଇନାହିଁ । ଯାହା ଫଳରେ ଅଧାପନ୍ତରିଆ ହୋଇ ପଡିରହିଥିବା ନିଲ୍ଓ୍ଵାଣ୍ଡେ ଜଳସେଚନ ପ୍ରକଳ୍ପକୁ ଶେଷ କରିପାରିବେ ସରକାର । ଏବଂ ଅହମ୍ମଦନଗର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପିଇବା ପାଣିର ସମସ୍ୟା ରହିବ ନାହିଁ ।

ଏହି ଜଳସେଚନ ପ୍ରକଳ୍ପକୁ ଶେଷ କରିବା ପାଇଁ ଟ୍ରଷ୍ଟକୁ ଆବେଦନ କରିଥିଲେ ବିଜେପି ନେତୃତ୍ୱାଧୀନ ଏହି ସରକାର । ତେବେ ଟ୍ରଷ୍ଟର ସଭାପତି ତଥା ବିଜେପି ନେତା ସୁରେଶ ହୱାରେ ଋଣ ମଞ୍ଜୁର କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପୂର୍ବରୁ କୌଣସି ପ୍ରକଳ୍ପକୁ ପୁରା କରିବାକୁ ବିନା ସୁଧରେ ଏତେ ପରିମାଣର ଋଣ ଦିଆଯାଇନଥିଲା ।

ମୁଖ୍ୟମନ୍ତ୍ରୀ ଫଡନିବସଙ୍କ ଅଧ୍ୟକ୍ଷତାରେ ୧ ଫେବ୍ରୁଆରୀରେ ଋଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଦୁଇଟି କିସ୍ତିରେ ଦେବା ପାଇଁ ଶନିବାର ଦିନ ନିର୍ଦ୍ଦେଶ ଜାରି କରି ଦିଆଗଲା । ମୋଟ୍ ୧୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ନିମନ୍ତେ ମନ୍ଦିର ଟ୍ରଷ୍ଟ୍ ୫୦୦ କୋଟି ଟଙ୍କା ଦେବ। ଜଳ ସମ୍ପଦ ବିଭାଗ ଚଳିତ ବର୍ଷ ୩୦୦ କୋଟି ଟଙ୍କା ଦେବା ପାଇଁ ଅଟକଳ କରିଛି ଏବଂ ଆସନ୍ତା ବର୍ଷ ଆଉ ୪୦୦ କୋଟି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ବିନା ସୁଧରେ ଏତେ ପରିମାଣ ଋଣ ଦେବା ମନ୍ଦିର ଇତିହାସରେ ସ୍ବତନ୍ତ୍ର ମାମଲା ବୋଲି କହିଛନ୍ତି ଟ୍ରଷ୍ଟ ଅଧିକାରୀ

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

12 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

45 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

47 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

53 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago