ଦେଶ ବିଦେଶ

ମହାରାଷ୍ଟ୍ର: ମହମବତୀ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ଜିଅନ୍ତା ଜଳିଗଲେ

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ଵାଡ୍‌ରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପିମ୍ପରୀ ଚିଞ୍ଚଓ୍ଵାଡ୍‌ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍‌ ସହରର ତଲାଓ୍ଵଡେ ଅଞ୍ଚଳରେ ଘଟିଛି। ନିଆଁ ଲାଗିଯିବାରୁ କାରଖାନାରେ ଥିବା ୬ ଜଣ ଲୋକ ଜିଅନ୍ତା ଜଳି ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ପରିଚୟ ଜଣାପଡ଼ିନାହିଁ।

ଖବର ପାଇ ଚିଖଲି ଏବଂ ଦେହୁର ରୋଡ୍‌ ପୋଲିସ ସହ ଅଗ୍ନିଶମ ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁରେ କମ୍ପାନୀର ସମସ୍ତ କଞ୍ଚାମାଲ ଓ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କମିଶନର ଶେଖର ସିଂଙ୍କ କହିବା ହେଲା, କାରଖାନାରେ ମୁଖ୍ୟତଃ ସ୍ପାର୍କଲ ମହମବତୀ ତିଆରି କରାଯାଇଥାଏ, ଯାହାକି ସାଧାରଣତଃ ଜନ୍ମଦିନ ସମାରୋହରେ ବ୍ୟବହୃତ ହୁଏ। ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ସେପଟେ ଆହତମାନଙ୍କୁ ପୁନେ ଏବଂ ପିମ୍ପରୀ ଚିଞ୍ଚଓ୍ଵାଡ୍‌ ଅଞ୍ଚଳର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

20 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

21 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

25 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

27 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

32 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

40 mins ago