ମହାରାଷ୍ଟ୍ର: ମହମବତୀ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ଜିଅନ୍ତା ଜଳିଗଲେ
ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ଵାଡ୍ରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପିମ୍ପରୀ ଚିଞ୍ଚଓ୍ଵାଡ୍ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍ ସହରର ତଲାଓ୍ଵଡେ ଅଞ୍ଚଳରେ ଘଟିଛି।

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ଵାଡ୍ରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପିମ୍ପରୀ ଚିଞ୍ଚଓ୍ଵାଡ୍ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍ ସହରର ତଲାଓ୍ଵଡେ ଅଞ୍ଚଳରେ ଘଟିଛି। ନିଆଁ ଲାଗିଯିବାରୁ କାରଖାନାରେ ଥିବା ୬ ଜଣ ଲୋକ ଜିଅନ୍ତା ଜଳି ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ପରିଚୟ ଜଣାପଡ଼ିନାହିଁ।
ଖବର ପାଇ ଚିଖଲି ଏବଂ ଦେହୁର ରୋଡ୍ ପୋଲିସ ସହ ଅଗ୍ନିଶମ ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁରେ କମ୍ପାନୀର ସମସ୍ତ କଞ୍ଚାମାଲ ଓ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କମିଶନର ଶେଖର ସିଂଙ୍କ କହିବା ହେଲା, କାରଖାନାରେ ମୁଖ୍ୟତଃ ସ୍ପାର୍କଲ ମହମବତୀ ତିଆରି କରାଯାଇଥାଏ, ଯାହାକି ସାଧାରଣତଃ ଜନ୍ମଦିନ ସମାରୋହରେ ବ୍ୟବହୃତ ହୁଏ। ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ସେପଟେ ଆହତମାନଙ୍କୁ ପୁନେ ଏବଂ ପିମ୍ପରୀ ଚିଞ୍ଚଓ୍ଵାଡ୍ ଅଞ୍ଚଳର ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।
Maharashtra | Six people have died in a fire incident that has occurred in a candle-making factory in the Talawade area of Pimpri Chinchwad city, says Pimpri Chinchwad Municipal Corporation Commissioner Shekhar Singh.
— ANI (@ANI) December 8, 2023