ଟାଟା ମୋଟର୍ସ ଏବଂ ମାରୁତି ସୁଜୁକି କାରଗୁଡିକ ଉପରେ ଦେଉଛନ୍ତି ବଡ଼ ଡ଼ିସକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଡିସେମ୍ବର ୨୦୨୩ରେ jimny, fronx ଏବଂ ଗ୍ରାଣ୍ଡ ଭିଟାରା ଭଳି ସିଲେକ୍ଟ ମଡେଲ ଉପରେ ୨.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛନ୍ତି । ସେହିଭଳି ଭାବରେ ଟାଟା ମୋଟର୍ସ ମଧ୍ୟ ନିଜର ଅନେକ ମଡେଲ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛନ୍ତି ।

ଦର୍ଶକବନ୍ଧୁ ଖୁବ ଶୀଘ୍ର ନୂଆବର୍ଷ ଆସିବାକୁ ଯାଉଛି । ପ୍ରତିବର୍ଷ ଶେଷରେ କାର କମ୍ପାନୀମାନେ ଅନେକ ଅଫର ଏବଂ ଡ଼ିସକାଉଣ୍ଟ ଦେଇଥାନ୍ତି । ଏହି ବର୍ଷର ଶେଷ ଡ଼ିସକାଉଣ୍ଟ ଭାରତର ଦୁଇ ଅଗ୍ରଣୀ ଅଟୋମେକର୍ସଙ୍କ ଦ୍ୱାରା ପ୍ରଦାନ କରାଯାଉଛି । ଟାଟା ମୋଟର୍ସ ଏବଂ ମାରୁତି ସୁଜୁକି ବର୍ତ୍ତମାନ ନିଜର କିଛି ସିଲେକ୍ଟେଡ଼ କାର ମାନଙ୍କ ଉପରେ ଭାରି ଡ଼ିସକାଉଣ୍ଟ ଦେଉଛନ୍ତି । ଯଦି ଆପଣ ମଧ୍ୟ ନୂଆ କାର କିଣିବାକୁ କିମ୍ବା ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି ଏହା ଆପଣଙ୍କ ପାଇଁ ସୁବର୍ଣ ସୁଯୋଗ ।

ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଡିସେମ୍ବର ୨୦୨୩ରେ jimny, fronx ଏବଂ ଗ୍ରାଣ୍ଡ ଭିଟାରା ଭଳି ସିଲେକ୍ଟେଡ଼ ମଡେଲ ଉପରେ ୨.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛନ୍ତି । ସେହିଭଳି ଭାବରେ ଟାଟା ମୋଟର୍ସ ମଧ୍ୟ ନିଜର ଅନେକ ମଡେଲ ଉପରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛନ୍ତି । ଆଗ୍ରହୀ ଗ୍ରାହକମାନେ ଏହି ଅଫରଗୁଡିକ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍ ଏବଂ କର୍ପୋରେଟ୍ ଡିସକାଉଣ୍ଟ ଆକାରରେ ଲାଭ ଉଠାଇ ପାଇପାରିବେ । ତେବେ ଦର୍ଶକବନ୍ଧୁ ଚାଲନ୍ତୁ ଏହି ସଂପୂର୍ଣ୍ଣ ବିବରଣୀ ବିଷୟରେ ଜାଣିବା ।

ମାରୁତି ସୁଜୁକି ଜିମନି:

ମାରୁତି ସୁଜୁକି ନିକଟରେ ୧୦.୭୪ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ମୂଲ୍ୟରେ ଭାରତୀୟ ବଜାରରେ jimny thunder edition ଲଞ୍ଚ କରିଛି । ଏଣ୍ଟ୍ରି-ଲେବଲ ମାରୁତି ସୁଜୁକି ଜିମନି ଭାରିଆଣ୍ଟ ଉପରେ କମ୍ପାନୀ ୨.୩ ଲକ୍ଷ ଟଙ୍କା ଡିସକାଉଣ୍ଟ ଦେଉଛି । ସେହିଭଳି ଗ୍ରାହକ ମାନେ ଆଲଫା ଏବଂ ଜେଟା ଭାରିଆଣ୍ଟ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ ।

ମାରୁତି ସୁଜୁକି ଫ୍ରନକ୍ସ:

ସାରା ଦେଶରେ ମାରୁତି ସୁଜୁକି ଫ୍ରନକ୍ସର କିଛି ସିଲେକ୍ଟେଡ଼ ଭାରିଆଣ୍ଟ ଉପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟର ରହିଛି । ବାଲେନୋର ଡିଜାଇନ ଉପରେ ଆଧାରିତ ମାରୁତି ଫ୍ରନକ୍ସ ମାର୍କେଟରେ ଖୁବ ଭଲ ରେସପନ୍ସ ପାଇଛି ଏବଂ ଲଞ୍ଚ ହେବା ଦିନଠାରୁ ଏହା ସବୁଠୁ ଅଧିକ ବିକ୍ରି ହେଉଥିବା ମାରୁତି ସୁଜୁକି ନେକ୍ସା କାର ମଧ୍ୟରେ ଅନ୍ୟତମ ।

ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରା:

ଚଳିତ ମାସରେ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରାର ସିଲେକ୍ଟେଡ଼ ବ୍ରାଣ୍ଡ ଉପରେ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଉଛି । ଏହାର ହାଇବ୍ରିଡ୍ ଭାରିଆଣ୍ଟସ୍ ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଖବର ଅନୁଯାୟୀ, ମାରୁତି ସୁଜୁକି ଜାନୁଆରୀ ୨୦୨୩ରୁ ଏହାର ମଡେଲଗୁଡିକର ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଛି । କାର ନିର୍ମାତାମାନେ ମୂଲ୍ୟ ବୃଦ୍ଧିର ପରିମାଣ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି ।

ସେହିଭଳି ଟାଟା ମୋଟର୍ସ ଏହାର କିଛି ସିଲେକ୍ଟେଡ଼ କାର ଭାରିଆଣ୍ଟସ ଯେପରିକି Tiago, Tigor, Altroz, Nexon, Harrier ଓ Safari ଭଳି ମଡେଲ ଉପରେ ଭାରୀ ଡିସକାଉଣ୍ଟ ଦେଉଛି । ଏହି ଡିସକାଉଣ୍ଟ କମ୍ପାନୀରେ EV lineup ପାଇଁ ପ୍ରଯୁଜ୍ୟ । ତେବେ ଆସନ୍ତୁ ଜାଣିବା କେଉଁ କାର ଉପରେ କେତେ ଡିସକାଉଣ୍ଟ ଦେଉଛି ଟାଟା ମୋଟର୍ସ ।

ଟାଟା ଅଲଟ୍ରୋଜର ଡିଜେଲ ଭାରିଆଣ୍ଟ ଉପରେ କମ୍ପାନୀ ୨୦,୦୦୦ଟଙ୍କା ଡିସକାଉଣ୍ଟ ଦେଉଥିବା ବେଳେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ଦେଉଛି । ସେହିଭଳି ଏହାର CNG ଭାରିଆଣ୍ଟସ ଉପରେ ୧୦,୦୦୦ ଟଙ୍କା ଏକ୍ସଚେଞ୍ଜ ବୋନସ ସହ ଟୋଟାଲ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି ।

ସେହିଭଳି ଅକ୍ଟୋବର ମାସରେ ଲଞ୍ଚ ହୋଇଥିବା ଟାଟା ସଫାରୀ ଓ Harrier ଉପରେ କମ୍ପାନୀ ୨୫,୦୦୦ ଟଙ୍କା ଏକ୍ସଚେଞ୍ଜ ସହ ୭୫,୦୦୦ ଟଙ୍କା ଡିସକାଉଣ୍ଟ ଦେଉଛି ଏବଂ Harrierର ADAS ଭାରିଆଣ୍ଟ ଉପରେ ସମୁଦାୟ ୧.୨୫ ଟଙ୍କାର ଡିସକାଉଣ୍ଟ ଦେଉଛି । ସେହିଭଳି ନେକ୍ସନ ଡ଼ିସେଲ ଏବଂ ପେଟ୍ରୋଲ ଭାରିଆଣ୍ଟ ଉପରେ ୪୦,୦୦୦ ଟଙ୍କାର ଡିସକାଉଣ୍ଟ ବେନିଫିଟସ ମିଳୁଥିବା ବେଳେ ନେକ୍ସନ ଏମ୍ପଟି ପେଟ୍ରୋଲ ଭାରିଆଣ୍ଟ ଉପରେ ଆଉ ୨୦,୦୦୦ ଟଙ୍କାର ଅଧିକ ଡିସକାଉଣ୍ଟ ମିଳୁଛି ।

ସବୁଠୁ ବଡ଼କଥା ହେଲା କମ୍ପାନୀ ପ୍ରଥମ ଥର ପାଇଁ ଟାଟା ପଞ୍ଚ ଉପରେ ୧୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ ଦେଉଛି । ଟାଟା ଟିଆଗୋ ଓ ଟିଗର ଭଳି ଭାରିଆଣ୍ଟସ ଉପରେ ପ୍ରାୟ ୭୫,୦୦୦ ଟଙ୍କାର ଡିସକାଉଣ୍ଟ ଦେଉଛି । ଡିସକାଉଣ୍ଟ ଓ ସେଲସ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇଁ ନିକଟସ୍ଥ ଶୋ ରୁମ ଭିଜିଟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.