ଦେଶ ବିଦେଶ

ଗୋଟିଏ ପରିବାରରେ ୬ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

କେନ୍ୟୁଜ୍‌: ରାଜସ୍ଥାନର ଉଦୟପୁରରେ ଗୋଟିଏ ପରିବାରରେ ୬ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଘରୁ ଏକାବେଳେ ୬ ଜଣଙ୍କ ଶବ ମିଳିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଆସି ତଦନ୍ତ କରୁଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ଜଣା  ପଡୁନାହିଁ ଏହା ହତ୍ୟା ନା ଆତ୍ମହତ୍ୟା । ଏହି ଘଟଣାରେ ମୃତକମାନଙ୍କ ମଧ୍ୟରେ ୪ଟି ଛୋଟ ପିଲା ବି ଅଛନ୍ତି ।

ଘଟଣାଟି ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଗୋଗୁନ୍ଦା ତହସିଲ ଅନ୍ତର୍ଗତ ଝାଡ଼ୋଲି ପାଖ ଗୋଲନେଡ଼ିରେ ଘଟିଛି । ମୃତକ ହେଉଛନ୍ତି ପ୍ରକାଶ ଗମେତୀ, ତାଙ୍କ ପତ୍ନୀ ଦୁର୍ଗା ଗମେତୀ(୨୭) ଏବଂ ତାଙ୍କର ୪ଟି ସନ୍ତାନ । ଏହି ଘଟଣା ସମ୍ପର୍କରେ ପ୍ରକାଶର ଭାଇ ପୋଲିସକୁ ଦେଇଥିଲେ । ପ୍ରକାଶର ଘର କ୍ଷେତ ପାଖରେ ଥିଲା ଏବଂ ତାର ୨ ଭାଇଙ୍କର ଘର ପାଖକୁ ପାଖ ଲାଗିଥିଲା । ପ୍ରକାଶ ଗୁଜୁରାଟରେ ରହି କାମ କରୁଥିଲେ ।ପୋଲିସର ପ୍ରଥମ ତଦନ୍ତରୁ ଯାହା ଅନୁମାନ କରୁଛି ଏହା ଆତ୍ମହତ୍ୟା ଏବଂ ପ୍ରକାଶଙ୍କର ଆର୍ଥିକ ପରିସ୍ଥିିତି ସ୍ୱଚ୍ଛଳ ନଥିବାରୁ ସେ ଏମିତି କରିଥାଇପାରନ୍ତି  ବୋଲି ଅନୁମାନ କରାଯାଉଛି ।

 

ଏହି ଘଟଣାରେ ପୋଲିସ ଘଟଣା ସ୍ଥଳରେ ସବୁ ପରିସ୍ଥିତିକୁ ପରଖୁଛି । ପ୍ରକାଶଙ୍କ ପତ୍ନୀଙ୍କ ଶବ ଚଟାଣରେ ପଡିଛି ଏବଂ ତାଙ୍କ ପତ୍ନୀଙ୍କ ଦେହରେ କ୍ଷତ ଚିହ୍ନ ବି ରହିଛି । ସେଥିପାଇଁ ପୋଲିସ ସନ୍ଦେହ କରୁଛି କି, ପ୍ରକାଶ ପ୍ରଥମେ ତାର ସ୍ତ୍ରୀର ଗଳା ଚିପି ମାରି ଦେଇଛି, ତା ପରେ ପିଲାମାନଙ୍କର ଗଳା ଚିପି ମାରି ତାର ପତ୍ନୀର ଶାଢ଼ୀରେ ଟଙ୍ଗାଇ ଦେଇଛି।ପୋଲିସ ସନ୍ଧାନୀ କୁକୁର ସହିତ ଘରର ପ୍ରତିଟି ଜିନିଷକୁ ଯାଞ୍ଚ କରୁଛି।ପୋଲିସ ଅଧ୍ୟକ୍ଷ କୁନ୍ଦନ କାମ୍ବାରିଆ କହଛନ୍ତି ଏହି ଦୁଇ ଦଇ ଦମ୍ପତିଙ୍କ ବ୍ୟତୀତ ତାଙ୍କର ୪ଟି ପୁଅ ଥିଲେ।୪ଟି ପିଲାଙ୍କର ନାମ ହେଉଛି, ଗଙ୍ଗାରାମ (୩-୪ ମାସ), ପଷ୍କର (୫ ବର୍ଷ ), ଗଣେଷ (୮ ବର୍ଷ) ଏବଂ ରୋଶନ (୩ ବର୍ଷ) ।

ଢୋଲପୁରରେ ବି ଏମିତି ହୋଇଥିଲା :
ଏମିତି ଏକ ଘଟଣା ରାଜସ୍ଥାନର ଢୋଲପୁରରେ ଘଟିଥିଲା, ଜଣେ ୨୮ ବର୍ଷର ଯୁବକଙ୍କର ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଥିଲା । ଲୋକ ମାନଙ୍କର ପ୍ରବଳ ଭିଡ଼ ଜମିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ପରିଚୟ କରାଇ ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା। ପୋଲିସ ଏହି ଶବକୁ ସରମଥୁରା ଡାକ୍ତରଖାନାରେ ଶବ ଗୃହରେ ରଖିଥିଲା । ତା ପରେ ଗ୍ରାମବାସୀ ମାନେ ଯାଇ ହତ୍ୟା ଆରୋପରେ ଡାକ୍ତରଖାନା ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ । ପାଖା ପାଖି ୩ ଘଣ୍ଟାର କଥାବାର୍ତ୍ତା ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

16 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

38 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

41 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago