କ୍ରୀଡା

ଫିଫା ବିଶ୍ୱକପ ଷ୍ଟାଡିୟମରେ ଗୁଞ୍ଜରିତ ହେଲା ପ୍ରତିଧ୍ୱନି ,‘ଆମକୁ ବିୟର ଦରକାର’, ଭାଇରାଲ ହେଉଛି ଭିଡିଓ

କେନ୍ୟୁଜ୍‌: ଆରମ୍ଭ ହୋଇଯାଇଛି ଫିଫା ଫୁଟ୍‌ ବଲ ମହାସମର । ନଭେମ୍ବର ୨୦ (ରବିବାର ) ଦିନ ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ଆରମ୍ଭ ହୋଇ ଯାଇଛି । ପ୍ରଥମ ମ୍ୟାଚ୍‌ରେ ଇକ୍ୱାଡର ସହିତ କାତାରର ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କାତାରର ପରାଜୟ ହୋଇଥିଲା । ଏହି ଫିଫା ବିଶ୍ୱକପ ଫୁଟ୍‌ବଲ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଥିବା ବେଳେ ଏହି ବିଶ୍ୱକପରେ ଏମିତି କିଛି ଘଟଣା ଘଟୁଛି ଯାହା ଏହି ବିଶ୍ୱକପକୁ ଅହୁରି ଚର୍ଚ୍ଚାକୁ ଆଣୁଛିସେହି ପରି ଏକ ଘଟଣା ଉଦ୍‌ଘାଟନୀ ମ ୍ୟାଚ୍‌ ରେ ଘଟିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଫା ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଲୋକମାନେ ହଠାତ୍‌ ଏକ ସ୍ୱରରେ କହି ଉଠିଥିଲେ, ‘ଆମକୁ ବିୟର ଦରକାର’ । ଏହି ସ୍ୱର ଥରେ କି ଦୁଇ ଥର ନୁହେଁ ଅନେକ ସମୟ ପର୍ଯ୍ୟନ୍ତ ଷ୍ଟାଡିୟମରେ ଗୁଞ୍ଜରିତ ହୋଇଥିଲା । ତେବେ ଏମିତି ଏକ ଅଜବ ସ୍ଲୋଗାନ୍‌ କାହିଁକି ଲୋକମାନେ ଦେଉଥିଲେ । ହଠାତ୍‌ ଏମିତି କଣ ହେଲା ଯେ ଦର୍ଶକମାନେ ଏମିତି ଦାବି କଲେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ଏହି ଭାଇରାଲ ଭିଡିଓରେ ଲୋକ ମାନେ, ‘ ଆମକୁ ବିୟର ଦରକାର’ ସ୍ଲୋଗାନ୍‌ା ଦେବା ସହିତ ବ୍ୟାନର, ପୋଷ୍ଟର ମଧ୍ୟ ଧରିଛନ୍ତି । ଏହି ପରି ପ୍ରତିଧ୍ୱନି ଶୁଣି ଆୟୋଜକ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଫୁଟ୍‌ ବଲ ବିଶ୍ୱକପ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ଯେଉଁ ବିଶ୍ୱକପରେ ବିୟରକୁ ବ୍ୟାନ କରାଯାଇଛି । ଦୁଇ ଦିନ ପୂର୍ବରୁ ଷ୍ଟାଡିୟମ ପରିସରରେ ବିୟର ବିକ୍ରି ନହେବା ପାଇଁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏହି ବିଶ୍ୱକପରେ କେବଳ ଆଲକୋହଲ ନଥିବା ବିୟର ବିକ୍ରି ହେବାର ଅନୁମତି ଦିଆଯାଇଥିଲା । ଏହି ସୂଚନା ପିଫା ଦେଇଥିଲା । ଏହି ସ ୂଚନା ମିଳିବା ପରେ ଦର୍ଶକମାନେ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କୁ ଏହି ସ୍ଲୋଗାନ୍‌ ଦେଇ ବିରୋଧ କରିଥିଲେ ।

କାହିଁକି ବିୟର ବ୍ୟାନ୍‌ କରାହେଲା :
ଫିଫା ଏବଂ ଷ୍ଟାଡ଼ିୟମ କର୍ତ୍ତୃପକ୍ଷଙ୍କ ବିଚାର ବିମର୍ଷ ପରେ ଏହି ନିୟମକୁ ଲାଗୁ କରା ଯାଇଥିଲା । କେବଳ ଷ୍ଟାଡିୟମରେ ନୁହେଁ ବରଂ ଷ୍ଟାଡିୟମ ପରିସରରେ ଏହାକୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା । ଏହାର ପ୍ରକୃତ କାରଣ କ’ଣ ପଡ଼ିନାହିଁ । କିନ୍ତୁ କୁହାଯାଉଛି ଏହା ଏକ ମୁସଲମାନ ବହୁଳ ଦେଶ ହୋଇଥିବାରୁ ଏଥିରେ ତାଙ୍କର ପାରମ୍ପରିକ ନିୟମ ଅନୁସାରେ ଏହାକୁ କରାଯାଇଛି ।
ପୁଣି କୁହାଯାଉଛି ଏହି ଭିଡିଓ ଭାଇରାଲ ହେବା ପରେ ଖେଳ ଆୟୋଜକ ଦେଶକୁ କ୍ଷତି ହେବାର ସମ୍ଭାବନା ରହିଛି । କାରଣ ଫୁଟ୍‌ବଲ ଇତିହାସରେ ୯୨ ବର୍ଷ ପରେ ଆରବ ଦେଶକୁ ଖେଳ ଆୟୋଜନ କରିବା ପାଇଁ ସୁଯୋଗ ମିଳିଛି । ଯଦି ଦର୍ଶକ ମାନଙ୍କର ଏଭଳି ବିରୋଧ ଲାଗି ରହେ କିମ୍ବା ଏହି ଭିଡିଓ ଭରଇରାଲ ହେବା ପରେ ଏହାର ଖରାପ ପ୍ରଭାବ ପଡ଼େ ତେବେ ବିଶ୍ୱକପକୁ ଫେରାରଇ ନିଆଯିବାର ସମ୍ଭାବନା ରହିଛି । ଦେଖିବାକୁ ବାକି ରହିଲା ଫିଫା ଏବଂ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ବୁଝାବଣାରେ ଏହି ସମସ୍ୟାରେ ସମାଧାନ କେମିତି ହେଉଛି ।

 

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

6 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

19 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

28 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

31 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago