କ୍ରୀଡା

‘ମ୍ୟାଚ୍‌ ପୂର୍ବରୁ ମୋ ସହିତ କଫି ପିଇଥିଲେ ସୂର୍ଯ୍ୟକୁମାରଙ୍କ ଭଳି ଶତକ ମାରି ଥାଆନ୍ତ’, ମ୍ୟାଚ୍‌ରେ ଫ୍ଲପ୍‌ ହେବା ପରେ ଶ୍ରେୟସ୍‌ ଆୟରଙ୍କ ମଜା ଉଡ଼ାଇଲେ ଅଭିନେତ୍ରୀ

ଟିମ୍ ଇଣ୍ଡିଆ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ନମ୍ବର ୪ରେ ବ୍ୟାଟିଂ ପାଇଁ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେ ଫ୍ଲପ୍ ହୋଇଥିଲେ। ଶ୍ରେୟସ୍ ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ମାତ୍ର ୧୩ ରନ୍ କରି ଆଉଟ୍‌ ହୋଇଯାଇଥିଲେ।

ଶ୍ରେୟସ୍ ଆୟରଙ୍କ ଫ୍ଲପ୍ ବ୍ୟାଟିଂ ପରେ ଜଣେ ଅଭିନେତ୍ରୀ ତାଙ୍କର ଜୋର୍‌ଦାର ମଜାକ୍‌ ଉଡ଼ାଇଛନ୍ତି। ଅଭିନେତ୍ରୀ ତଥା ମଡେଲ ଅଶ୍ୱନୀ ଅହିର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶ୍ରେୟସ ଆୟରଙ୍କୁ ଟ୍ୟାଗ କରି ଏକ ଅଜବ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଖୁବ୍‌ ଭାଇରାଲ ହେଉଛି। ବଲିଉଡ ଅଭିନେତ୍ରୀ ତଥା ମଡେଲ ଅଶ୍ୱନୀ ଅହିର ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଶ୍ରେୟସ ଆୟର ଯଦି ମ୍ୟାଚ ପୂର୍ବରୁ ମୋ ସହିତ କଫି ପିଇ ଥାଆନ୍ତେ, ତା’ ହେଲେ ସେ ବି SKY (ସୂର୍ଯ୍ୟକୁମାର ଯାଦବ)ଙ୍କ ଭଳି ଶତକ ମାରିଥାଆନ୍ତେ।

ଶ୍ରେୟସ୍ ଆୟରଙ୍କ ଉପରେ ଅଭିନେତ୍ରୀ ଅଶ୍ୱନୀ ଅହିରଙ୍କର ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ମଧ୍ୟ ଏହା ଉପରେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି। କହି ରଖୁଛୁ, ଧୁଅାଁଦାର ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ (ଅପରାଜିତ ୧୧୧)ଙ୍କ ଶତକ ଏବଂ ଦୀପକ ହୁଡାଙ୍କ ଘାତକ ବୋଲିଂ (୧୦ ରନ୍‌ରେ ୪ ଓ୍ଵିକେଟ୍‌) ଯୋଗୁ ଭାରତ, ନ୍ୟୁଜିଲାଣ୍ଡକୁ ରବିବାର ଦ୍ୱିତୀୟ ଟି୨୦ରେ ୬୫ ରନରେ ପରାସ୍ତ କରିଛି।

photo: zee news

ସୂର୍ଯ୍ୟକୁମାର ଯାଦବ ହୋଇଥିଲେ ମ୍ୟାଚର ହିରୋ

ସୂର୍ଯ୍ୟକୁମାର ଯାଦବ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିଲେ, ସବୁଠାରୁ ବଲ୍‌ର ସମ୍ମାନ କରିଥିଲେ, ଅଧିକ ଚଉକା, ଛକା ମାରିଥିଲେ। ପୂରା ଇନିଂସରେ ସେ ଉଚ୍ଚତମ ଷ୍ଟ୍ରାଇକ୍ ହାର ରଖିଥିଲେ ଏବଂ ଅପରାଜିତ ମଧ୍ୟ ରହିଥିଲେ। ସେ ଏହି ମ୍ୟାଚ୍‌ରେ ପୂରାପୂରି ହେଭି ରହିଥିଲେ, ଯେଉଁଥିପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା। ସେପଟେ ଅଲରାଉଣ୍ଡର ଦୀପକ ହୁଡା ମଧ୍ୟ ଅନ୍ତିମ ଓଭରରେ ୩ ୱିକେଟ୍ ସମେତ ମୋଟ ୪ଟି ୱିକେଟ୍ ହାତେଇଥିଲେ।

Roshni

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

21 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago