ଆମେରିକାର ଟେକ୍ସାସ୍ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମିଡିଆ ଟେକ୍ସାସ୍ ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ସେଫ୍ଟିର ଜଣେ ଅଧିକାରୀଙ୍କ ସୂତ୍ରରୁ ରବିବାର ମିଳିଥିବା ସୂଚନା ମୁତାବକ ହ୍ୟୁଷ୍ଟନ୍ରୁ ପ୍ରାୟ ୨୦୦ କିଲୋମିଟର ଉତ୍ତର-ପଶ୍ଚିମରେ ହିଲ ଟପ୍ ଲେକ ଏୟାରପୋର୍ଟ ପାଖରେ ଦିନ ୧୧ଟା ରେ ପ୍ରଥମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତଙ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ ପାଇଲଟ ଆପାତସ୍ଥିତିରେ ବିମାନକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ। ଦୁର୍ଘଟଣା ପୂର୍ବରୁ ସେ ବିମାନ ବନ୍ଦର ସହ ଯୋଗାଯୋଗ ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନଟି ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ମଝି ଆକାଶରେ ଖରାପ ହୋଇଗଲା। ଫଳରେ ଦୁର୍ଘଟଣା ଘଟି ୪ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…