Below header

ଆମେରିକା ଟେକ୍ସାସ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଆମେରିକାର ଟେକ୍ସାସ୍‌ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମିଡିଆ ଟେକ୍ସାସ୍‌ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ୍‌ ସେଫ୍ଟିର ଜଣେ ଅଧିକାରୀଙ୍କ ସୂତ୍ରରୁ ରବିବାର ମିଳିଥିବା ସୂଚନା ମୁତାବକ ହ୍ୟୁଷ୍ଟନ୍‌ରୁ ପ୍ରାୟ ୨୦୦ କିଲୋମିଟର ଉତ୍ତର-ପଶ୍ଚିମରେ ହିଲ ଟପ୍‌ ଲେକ ଏୟାରପୋର୍ଟ ପାଖରେ ଦିନ ୧୧ଟା ରେ ପ୍ରଥମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତଙ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ ପାଇଲଟ ଆପାତସ୍ଥିତିରେ ବିମାନକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ। ଦୁର୍ଘଟଣା ପୂର୍ବରୁ ସେ ବିମାନ ବନ୍ଦର ସହ ଯୋଗାଯୋଗ ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନଟି ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ମଝି ଆକାଶରେ ଖରାପ ହୋଇଗଲା। ଫଳରେ ଦୁର୍ଘଟଣା ଘଟି ୪ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.