Below header

ଆଜି ଶସ୍ତାରେ କିଣନ୍ତୁ Redmi 9 ସ୍ମାର୍ଟଫୋନ, ସେଲ ୧୨ଟାରୁ ଆରମ୍ଭ

ସାଓମିର (Xiaomi) ଲାଟେଷ୍ଟ ବଜେଟ ସ୍ମାର୍ଟଫୋନ ର ଆଜି ପୁଣି ଥରେ ସେଲ ଆରମ୍ଭ ହେଉଛି। ଆଜି ଦିନ ୧୨ଟାରେ ଆମାଜନରେ ଏହାର ସେଲ୍‌ ଆରମ୍ଭ ହେଉଛି। ଖାସ୍‌ କଥା ହେଉଛି ଏହା କମ୍ପାନୀର ବଜେଟ ସେଗମେଣ୍ଟ ସ୍ମାର୍ଟଫୋନ ଅଟେ। ଏହି ଫୋନର ପ୍ରାରମ୍ଭିକ ଦାମ କେବଳ 8,999 ଟଙ୍କା ରଖାଯାଇଛି। ଏହି ଫୋନ କିଣିବାରେ ଗ୍ରାହକଙ୍କୁ ଅନେକ ପ୍ରକାରର ଅଫର ମଧ୍ୟ ଦିଆଯାଉଛି। ଫୋନରେ 4GB ରାମ+64GB ଷ୍ଟୋରେଜର ଦାମ ୮,୯୯୯ ଟଙ୍କା ଥିବାବେଳେ ଏହାର 4GB+ 128 ଷ୍ଟୋରେଜ୍‌ ଭେରିୟଣ୍ଟର ଦାମ 9,999 ଟଙ୍କା ରହିଛି।

ମିଳୁଛି ଏହିସବୁ ଅଫର୍ସ

ରେଡମି୯ କିଣିବା ପାଇଁ ଗ୍ରାହକଙ୍କୁ ୩୦୦୦ ଟଙ୍କାର ନୋ-କଷ୍ଟ  EMi ଅପସନ୍‌ ଦିଆଯାଉଛି। ଏହାସହିତ ବ୍ୟାଙ୍କ୍‌ ଅଫ୍‌ ବରୋଦାର କ୍ରେଡିଟ  EMi ଟ୍ରାନଜାକସନ ଉପରେ ୫% ରିହାତିର ଅଫର ଦିଆଯାଉଛି। ଏହାସହିତ Amazon Pay UPI ଉପରେ ୧୦% ରିହାତି ମିଳିବ।

ଫୋନରେ 6.53 ଇଞ୍ଚର HD+ IPS ଡିସପ୍ଲେ ଦିଆଯାଇଛି। କୁହାଯାଉଛି ଯେ ଏହା ଇମେରସିବ ସ୍କ୍ରିନ ଉପରେ ଆସିଥାଏ। ଯାହାଦ୍ୱାରା ଇଣ୍ଟରନେଟକୁ ବହୁତ ଭଲ ଏକ୍ସପେରିୟନ୍ସ ମିଳିବ। ଫୋନରେ ହାଇ ପରଫରମାନ୍ସ  Helio G35 ଆକ୍ଟୋ କୋର ପ୍ରୋସେସର (2.3Ghz)  ମିଳିବ। ଫୋନ ଆରୋରା ଏଜ୍‌ ଡିଜାଇନ ସହିତ ଲଞ୍ଚ କରାଯାଇଛି। ଗ୍ରାହକଙ୍କୁ ଏହି ଫୋନର ତିନୋଟି କଲର ଭେରିୟଣ୍ଟରେ Sporty Orange, Carbon Black ଏବଂ Sky Blueକିଣିପାରିବେ।

redmi 9କମ୍ପାନୀର ଏହା ପ୍ରଥମ ଫୋନ ଯାହାକୁ ୧୦ ଆଧାରିତ ଆଣ୍ଡ୍ରଏଡ୍‌ ସହିତ ଲଞ୍ଚ କରାଯାଇଛି। ଫୋନରେ ଏବଂ ଷ୍ଟୋରେଜ୍‌ ଦିଆଯାଇଛି। ଏହି ଫୋନକୁ ଏଫିସିଏଣ୍ଟ ମଲ୍ଟି ଟାସକିଙ୍ଗ ଫୋନ କୁହାଯାଉଛି।

୫୦୦୦ ମାହ ବ୍ୟାଟେରୀ ସହିତ ଦମଦାର କ୍ୟାମେରା

କ୍ୟାମେରା ବିଷୟରେ କହିବା ତ ରେଡମି ୯ରେ ଡୁଆଲ ରିୟର AI କ୍ୟାମେରା ଦିଆଯାଇଛି। ଏଥିରେ f/2.2, FF ସହିତ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ f/2.2 ସହ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇଛି। ଏହାଛଡା ଏଥିରେ LED ଫ୍ଲାସ୍‌ ଦିଆଯାଇଛି। ସେଲ୍ଫି ପାଇଁ ଫୋନରେ ୫ ମେଗାପିକ୍ସେଲର AI କ୍ୟାମେରା ମଧ୍ୟ ଦିଆଯାଇଛି। ପାଓ୍ଵାର ପାଇଁ Redmi 9 ରେ 5000mAh ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.