Below header

ଛତିଶଗଡ଼ର ଦାଦାଗିରି: ଓଡିଶା ସୀମା ପାର୍ କରି ଜମି ଜବରଦଖଲ କରିବାକୁ ପ୍ରୟାସ, କ୍ଷତି ସହୁଛନ୍ତି ଚାଷୀ

ଉମରକୋଟ: ଓଡ଼ିଶା ଜମିରେ ଛତିଶଗଡ଼ର ଦାଦାଗିରି। ସୀମା ପାର କରି ଚାଷ ଜମି ଜବରଦଖଲ କରିବାର ପ୍ରୟାସ । ତାହା ମଧ୍ୟ ସରପଞ୍ଚଙ୍କ ନେତୃତ୍ୱରେ ଏହିପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲରୁ। ଓଡ଼ିଶା ଓ ଛତିଶଗଡ଼ର ସୀମାରେ ଏକ ପଥର ଚିହ୍ନ ଏହିଠାରେ ସ୍ଵାଧୀନତା ପରଠୁ ଦୁଇ ରାଜ୍ଯକୁ ବିଭାଜିତ କରି ଆସୁଛି । ସ୍ଥାନୀୟ ଉଭୟ ରାଜ୍ୟର ଲୋକେ ଏଠାରେ ଚାଷ ବାସ କରି ଆସୁଛନ୍ତି। ଆଗରୁ କେବେ ବିବାଦ ଦେଖା ଯାଇ ନଥିଲା। କିନ୍ତୁ ସୀମାନ୍ତ ମିର୍ମିଣ୍ଡା ଗ୍ରାମ ର ଲୋକ ମାନେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶା ସୀମା ଭିତରେ ପ୍ରବେଶ କରି ବିବାଦ ସୃଷ୍ଟି କରିଛନ୍ତି। ଫସଲ ନଷ୍ଟ କରି ସୀମା ନିର୍ଦ୍ଧାରଣ କରି ରାସ୍ତା ତିଆରି କରିଛନ୍ତି ।

stoneଛତିଶଗଡ଼ ସହ ଓଡ଼ିଶାର ମହାନଦୀ ଜଳବିବାଦ, ତେଲ ନଦୀରୁ ପାଣି ଶୋଷିବା କିମ୍ବା ନୂଆପଡ଼ା ଜିଲ୍ଲାରେ ଅନାଧିକାର ପ୍ରବେଶ ଭଳି ବିବାଦର ସମାଧାନ ହୋଇ ନଥିବା ବେଳେ ଏବେ ପୁଣି ନବରଙ୍ଗପୁର ଜିଲ୍ଲାର ରାଇଘର ତହସିଲ କୁରବେଲା ଗ୍ରାମ ନିକଟରେ ଓଡ଼ିଶା ସୀମା ଉଲଂଘନ କରି ଦାଦାଗିରି ଦେଖାଇବା ଦେଖାଯାଇଛି। ଏହି ଗ୍ରାମ ନିକଟରେ ଚାଳିଶିରୁ ପଚାଶ ଫୁଟ ଭିତରକୁ ପଶି ଆସି ଚାଷ ନଷ୍ଟ କରିବା ସହ ଚିହ୍ନଟ କରି ଏହା ଛତିଶଗଡ଼ର ସୀମା ବୋଲି ଦାବୀ କରିଛନ୍ତି। ଚାଳିଶି ରୁ ପଚାଶ ଫୁଟ ଓସାରରେ ଦୁଇ ରୁ ତିନି କିଲୋମିଟର ଲମ୍ବ ପଯ୍ୟନ୍ତ ନିଜ କବଜ୍ଜାକୁ ନେବା ଚେଷ୍ଟା କରିବା ସହ ଏହି ଜମି ମାନଙ୍କରେ ହୋଇଥିବା ବିଭିନ୍ନ ଫସଲ ନଷ୍ଟ କରିଥିବା ଜଣାପଡିଛି। ତେବେ ଏହି ଆନାଧିକାର ପ୍ରବେଶକୁ ନେଇ  ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ସେମାନେ ରାଜସ୍ବ ବିଭାଗ କୁ ଅବଗତ କରାଇଛନ୍ତି । ଅନ୍ଯପଟେ ଛତିଶଗଡ଼ ଓଡ଼ିଶା ଭିତରକୁ ପ୍ରବେଶ କରିଥିବା ସ୍ବୀକାର କରିଛନ୍ତି ଜିଲ୍ଲା ପ୍ରଶାସନ।

landସୀମା ବିବାଦ ଭିତରେ କିନ୍ତୁ ସୀମାରେ ଜମି ଥିବା ଚାଷୀ ବହୁତ କ୍ଷତି ସହିଛନ୍ତି । ଜମି କବଜ୍ଜା କରିବା ଆଳରେ ଚାଷ ନଷ୍ଟ କରିଦେଇଛନ୍ତି। ଗୋଟିଏ ପଟେ ଓଡ଼ିଶା ଆର ପଟେ ଛତିଶଗଡ଼। ସୀମାର ଦୁଇ ପାଖରେ ଚାଷ ହେଉଛି । ଋଣ କରି ଚାଷ କରିଥିବାରୁ ଏବେ କେଉଁଠୁ ଟଙ୍କା ଆଣି ସୁଝିବେ ବୋଲି ଚାଷିମାନେ ପ୍ରଶ୍ନ କରିଛନ୍ତି। ପୁରୁଷ ପୁରୁଷ ଧରି ଏହି ଜମିରେ ଚାଷ କରି ଆସୁଥିବାବେଳେ ପଟ୍ଟା ପାଉତି ମଧ୍ୟ ଅଛି। ସ୍ଥାନୀୟ ବାସିନ୍ଦା କିନ୍ତୁ ଏହି ଘଟଣା ପଛରେ ସିଧାସଳଖ ମିର୍ମିଣ୍ଡା ପଞ୍ଚାୟତର ସରପଞ୍ଚ କୁ ଦାୟୀ କରିଛନ୍ତି ।

ତାଙ୍କ ଇଙ୍ଗିତ ରେ ଚଳିତ ବର୍ଷ ପ୍ରଥମ କରି ଜବର ଦଖଲ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହି ସମ୍ପର୍କ ରେ ଗତ କିଛି ଦିନ ତଳେ ଅଭିଯୋଗ ଆସିଥିଲା ରାଜସ୍ବ ବିଭାଗ ଓ ପୋଲିସ ତରଫରୁ ତଦନ୍ତ କରାଯାଇଛି ଫସଲ ନଷ୍ଟ କରିଥିବା ଜଣାପଡିଛି । ଏହି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ରାଇଘର ତହସିଲଦାର। ଛତିଶଗଡ଼ର ଲୋକମାନେ ଓଡ଼ିଶା ସୀମା ଭିତରକୁ ମାଡ଼ି ଆସିଥିବା କଥା ସିଧାସଳଖ ମାନିନଥିଲେ ମଧ୍ୟ ପରୋକ୍ଷରେ ଜବର ଦଖଲ କରି ରାସ୍ତା ତିଆରି କରିଥିବା କଥା କୁ ସ୍ବୀକାର କରିଛନ୍ତି ପ୍ରଶାସନିକ ଅଧିକାରୀ ।

 

ଉମରକୋଟ ରୁ ଅନୁରାଗ ପଟ୍ଟନାୟକଙ୍କ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.