Below header

ଅତିଥିଙ୍କ ପାଇଁ ଅଜବ ନିୟମ, ଅଧିକ କ୍ୟାସ ଦେଲେ ଭଲ ଖାଇବା ମିଳିବ ବାହାଘର କାର୍ଡରେ ଲେଖି କଲେ ଦାବି

ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏଥିରେ ଅତିଥିମାନଙ୍କ ଦ୍ୱାରା ଦିଆଯାଇଥିବା ନଗଦ ଉପହାରକୁ ଆଧାର କରି ସେମାନଙ୍କ ଖାଇବା ମେନୁ ତିଆରି କରାଯାଇଥିଲା । ଏହି ବିବାହ କାର୍ଡ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ।

ବିବାହ କାର୍ଡରେ ଝିଅ ଅତିଥିମାନଙ୍କୁ ଚାରୋଟି ଉପହାର ମଧ୍ୟରୁ ଗୋଟିଏ ବାଛିବାକୁ କହିଥିଲେ । ଏହାକୁ ଆଧାର କରି, ଭୋଜନରେ ସେମାନଙ୍କୁ କ’ଣ ପରିବେଷଣ କରାଯିବ ତାହା ସ୍ଥିର କରାଯାଇଥିଲା । ସର୍ବନିମ୍ନ ସ୍ତରର ବର୍ଗରେ ପ୍ରାୟ 18 ହଜାର ଟଙ୍କା ନଗଦ ଉପହାର ଦାବି କରାଯାଇଥିଲା ଆଉ ପ୍ରତିବଦଳରେ ଅତିଥିଙ୍କୁ ରୋଷ୍ଟ ଚିକେନ୍ କିମ୍ବା ମାଛ ପରିବେଷଣ କରାଯିବ ବୋଲି କୁହାଯାଇଥିଲା । ତେବେ ଯେତେବେଳେ ସୋସିଆଲ ମିଡିଆରେ ଝିଅକୁ ସମାଲୋଚନା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଏହି କାର୍ଡ କେବଳ ଗୋଟିଏ ଜୋକ ଥିଲା କିନ୍ତୁ ବିବାହ ୱେବସାଇଟ୍ ଜର୍ସି ବ୍ରାଇଡ୍ ଅନୁଯାୟୀ ଯେଉଁମାନଙ୍କୁ ଏହା ପଠାଯାଇଥିଲା ଅନେକ ଅତିଥି ବୁଝିପାରିନଥିଲେ ଯେ ଏହି କାର୍ଡ କେବଳ ଗୋଟିଏ ଜୋକ ଥିଲା । ପରେ ଏହି କାର୍ଡ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା ।

Bride

କାର୍ଡ ଅନୁଯାୟୀ, ସବୁଠାରୁ ମହଙ୍ଗା ପ୍ଲାଟିନମ ଗିଫ୍ଟ ପ୍ରଦାନ କରୁଥିବା ଅତିଥିମାନେ ଯେକୌଣସି ମେନୁରୁ ଖାଦ୍ୟ ବାଛିପାରିବେ ଏହାସହିତ ସେମାନଙ୍କୁ ଶ୍ୟାମ୍ପେର୍ନ ମଧ୍ୟ ମିଳିବ । ଏଥି ସହିତ ଭେଜ ଖାଇବା ପାଇଁ ପ୍ଲାଟିନମ ଗିଫ୍ଟ ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା । 18 ହଜାରରୁ 36 ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଉପହାର ଦେଉଥିବା ଅତିଥିମାନଙ୍କ ପାଇଁ ସ୍ଲାଇଡ୍ ଷ୍ଟିକ୍ ଏବଂ ପୋଚେଡ୍ ସଲମାନର ଏକ ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.