ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ନୂଆପଡା ଜିଲ୍ଲାର ଏହି ଅଭିଶପ୍ତ ଗାଁ, ସହାୟତାର ହାତ ବଢାଇଲା ଗରିବ ସେନା

ନୂଆପଡା: ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କନ୍ଦାଧୁଆ ଗାଁରେ ସରକାରୀ ଯୋଜନା ଅପହଞ୍ଚ । କନ୍ଦାଧୁଆ ଗ୍ରାମବାସୀ ବର୍ଷ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ଜଳ ଓ ବିଜୁଳି ଭଳି ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ଏକ ଅଭିଶପ୍ତ  ଜୀବନଯାପନ କରିଆସୁଛନ୍ତି । ଏହି ଖବର ଜାଣିବା ପରେ ନୂଆପଡା ଜିଲ୍ଲା ଗରିବ ସେନାର କର୍ମକର୍ତାମାନେ କନ୍ଦାଧୂଆ ଗାଁରେ ପହଞ୍ଚି ଅସହାୟ ଗ୍ରାମବାସୀଙ୍କୁ ସହଯୋଗର ହାତ ବଢେଇଛନ୍ତି ।

nuapada newsଗରିବ ସେନାର ସଭାପତି ରବି ମଂଗରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୁର୍ଗମ ପାହାଡ ଅତିକ୍ରମକରି ଗାଁରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ସହ ଗାଁର ବିଭିନ୍ନ ସମସ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ । ଏହାପରେ ଗ୍ରାମର ଅସହାୟ ପୁରୁଷ ଓ ମହିଳାଙ୍କୁ ପିନ୍ଧିବା ପାଇଁ କପଡା ବଂଟନ କରିଥିଲେ । ସେହିଭଳି ଶିଶୁମାନଙ୍କୁ ବିସ୍କୁୃଟ ,ଡ୍ରେସ ଓ ପାଠ୍ୟ ଉପକରଣ ବଂଟନ କରିଥିଲେ । ଏଥିସହ ଆଗାମୀ ଦିନରେ କନ୍ଦାଧୂଆ ଗାଁର ଅବହେଳିତ ବନବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯିବ ବୋଲି ଗରିବ ସେନାର ସଭାପତି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.