ବାପା ମାରିଲେ ଚାପୁଡ଼ା, ପୁଅ ରାଗରେ ଚଳାଇଲା ଗୁଳି

ମିରଟ : ବାପାଙ୍କ ଚାପୁଡ଼ାରେ ରାଗି ଜଣେ ଯୁବକ ଏପରି କାଣ୍ଡ କରିଛନ୍ତି ଯାହାର କଳ୍ପନା ମଧ୍ୟ ଆପଣ କରିପାରିବେ ନାହିଁ। ବେକାର ପୁଅକୁ ବାପା ଗାଳି କରିବା ସହ ଠିକ୍ ରାସ୍ତାକୁ ଆଣିବା ପାଇଁ ମାରିଲେ ଗୋଟିଏ ଚାପୁଡ଼ା। କିନ୍ତୁ ପୁଅ ଜଣଙ୍କ କ୍ରୋଧରେ ଅନ୍ଧ ହୋଇ ଚଲାଇ ଦେଲା ଗୁଳି। ଆଉ ସେଇଠି ଟଳି ପଡ଼ିଲେ ବାପା । ପିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଅ ଫେରାର ରହିଥିବା ଜଣାପଡ଼ିଛି। ଏବେ ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୋଲିସ।

ଘଟଣା ଅନୁଯାୟୀ, ମିରଟ ଅଞ୍ଚଳରେ ରହୁଥିବା ଶାକିବ ନାମକ ଜଣେ ଯୁବକ କିଛି କାମ ଦାମ କରୁନଥିବା ବେଳେ ବେକାର ହୋଇ ଏଣେତେଣେ ବୁଲୁଥିଲା। ଯେଉଁ କାରଣରୁ ତାଙ୍କ ପିତା ହିଜାବୁର ରହମାନ ତାଙ୍କୁ କାମ କରି ପେଟ ପୋଷିବା ପାଇଁ ବୁଝାଇଥିଲେ । ପୁଅ ନଶୁଣିବାରୁ ତାକୁ ଗାଳିଗୁଲଜ କରି ମାରିଥିଲେ ଚାପୁଡ଼ା । ଏହି କଥାରେ ଭୀଷଣ ରାଗିଯାଇଥିଲା ଶାକିବ । ବାପା ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ବନ୍ଧୁକରୁ ଗୁଳି ଚଳାଇ ଦେଲା। କିନ୍ତୁ ପରିବାର ଲୋକ ପୁଅକୁ ବଞ୍ଚାଇବାକୁ ଯାଇ ତାକୁ ଘଟଣା ସ୍ଥଳରୁ ଫେରାର କରି ଦେଲେ । ଏପଟେ ହିଜାବୁରଙ୍କ ରକ୍ତ ଜୁଡ଼ୁବୁଡ଼ୁ ପୋଷକକୁ ବଦଳାଇ ଦେଇଥିଲେ।

ବନ୍ଧୁକ ଗୁଳି ଶୁଣି ପାଖ ପଡ଼ିଶା ହିଜାବୁରଙ୍କ ଘରେ ପହଞ୍ଚିବାରୁ ପରିବାର ଲୋକ କିଛି କହିନଥିଲେ। ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା। ପୋଲିସ ହତ୍ଯା ମାମଲା ରୁଜୁ କରି ଘଟଣାର ତଦନ୍ତ  କରୁଛି। ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

8 mins ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

3 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

3 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

4 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

4 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

4 hours ago