ଦେଶ ବିଦେଶ

ରାଜସ୍ଥାନ ନହରଗଡ ବାୟୋଲଜିକାଲ ପାର୍କରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଖାଇବାକୁ ମିଳୁଛି ଆଇସକ୍ରିମ ଓ ତରଭୁଜ

ରାଜସ୍ଥାନ: ଆଉ ସହି ହେଉନି ତାତି । ଉତ୍ତପ୍ତ କଡେଇରେ ସନ୍ତୁଳି ହେଉଛି ଗାଁଠୁ ସହର । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ହେଉଛି ରେଡ ୱାର୍ଣ୍ଣିଂ, ଅରେଞ୍ଜ ଆଲର୍ଟ। କାଳବୈଶାଖୀ ପ୍ରଭାବରେ ତାତିରୁ କେବେ ସାମାନ୍ୟ ଆଶ୍ବସ୍ତି ମିଳିବ ଚାହିଁ ରହିଛନ୍ତି ଲୋକେ। ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଲାଗି ରହିଛି । ଖରାର ପ୍ରକୋପ ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ । ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଟାଣ ଖରାରେ ସକାଳୁ ଅପରାହ୍ନ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଦିନ ୧୦ଟା ହେଲେ ଶୂନଶାନ ହୋଇଯାଉଛି ରାସ୍ତାଘାଟ । ଯଦି ମଣିଷର ଏଇ ଅବସ୍ଥା ତାହା ହେଲେ ସେହି ଅକୁହା ପଶୁପକ୍ଷୀଙ୍କ ପରିସ୍ଥିତି ଯେ କଣ ହେଉଥିବ ଥରେ ଚିନ୍ତା କଲେ । ଭାବିଲା ବେଳକୁ ନିଶ୍ଚିତ କଷ୍ଟ ଅନୁଭବ ହେଉଥିବ ।

ତେବେ ଏହି ସ୍ଥାନରେ ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ସ୍ୱାଗତଯୋଗ୍ୟ ପଦକ୍ଷପ । ପଶୁଙ୍କୁ ମିଳୁଛି ଆଇସକ୍ରିମ ଓ ତରଭୁଜ । ଖାଲି ସେତିକି ନୁହେଁ କୁଲର ଓ ୱାଟର ସ୍ପ୍ରିଙ୍କଲର ବ୍ୟବସ୍ଥା ସାଙ୍ଗକୁ ଲାଗିଛି ଗ୍ରୀନ ନେଟ୍ସ । ଦିନକୁ ଦିନ ବଢିବାରେ ଲାଗିଛି ସୂର୍ଯ୍ୟଙ୍କ ପ୍ରକୋପ । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସାଧାରଣ ଜୀବନଯାତ୍ରାକୁ ଯେତିକି ଅସ୍ତବ୍ୟସ୍ତ କରିପକାଇଛି । ଖାଲି ମଣିଷ ସମାଜ କାହିଁକି ପଶୁପକ୍ଷୀଙ୍କୁ ମଧ୍ୟ ସେତିକି ହନ୍ତସନ୍ତ କରୁଛି । ପ୍ରଚଣ୍ଡ ଖରାର ପ୍ରକୋପରୁ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ରାଜସ୍ଥାନର ନହରଗଡ ବାୟୋଲଜିକାଲ ପାର୍କ ପକ୍ଷରୁ ନିଆଯାଇଛି ଏହି ସ୍ୱତନ୍ତ୍ର ପଦକ୍ଷେପ । ପ୍ରଚଣ୍ଡ ଖରାରେ ପଶୁପକ୍ଷୀଙ୍କ ଶରୀର ତାପମାତ୍ରାକୁ ନିୟନ୍ତ୍ରିତ ରଖି ସେମାନଙ୍କୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେଇଛନ୍ତି ପାର୍କ କର୍ତ୍ତୃପକ୍ଷ ।

ପାର୍କରେ ଥିବା ବାଘଙ୍କୁ ଥଣ୍ଡା କ୍ଷୀରରେ ଛତୁଆ ଗୋଳାଇ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହାସହ ଭାଲୁଙ୍କୁ ଦିଆଯାଉଛି ଆପଲ ପାଏ ଓ ମହୁ । ଜଳହସ୍ତୀ, ହରିଣ ଭଳି ଜୀବଙ୍କୁ ତରଭୁଜ, କାକୁଡି ଆଦି ଖାଇବାକୁ ଦିଆଯାଉଥିବା ବେଳେ ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପଶୁପକ୍ଷୀଙ୍କୁ ଛାଇରେ ରଖିବାକୁ ବିଶେଷ ବ୍ୟବସ୍ଥା
ଗ୍ରହଣ କରାଯାଇଛି ।

କୌଣସି ଜୀବଜନ୍ତୁ ଅସୁସ୍ଥ ହେଲେ ସେମାନଙ୍କ ସେବା ପାଇଁ ପାର୍କର ଡାକ୍ତରୀ ଦଳ ପ୍ରସ୍ତୁତ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ଏହା ନିହାତୀ ରୂପେ ଏକ ମହତ୍ ପଦକ୍ଷପ । ଏହି ସମାଜରେ ପଶୁ ପକ୍ଷୀମାନଙ୍କ ଯଥେଷ୍ଟ ଭୂମିକା ରହିଛି । ଏମାନେ ପ୍ରକୃତି କୋଳରେ ଜନ୍ମ ନିଅନ୍ତି ସତ, ହେଲେ ଏମାନଙ୍କ ମନ କଥା ଏମାନେ କେବେ ପରିପ୍ରକାଶ କରିପାରନ୍ତି । ତେବେ ଏଇ ମଣିଷ ସମାଜର ଏହା ଏକ ବଡ କର୍ତ୍ତବ୍ୟ ଯେ ଏହି ଅକୁହା ପଶୁପକ୍ଷୀଙ୍କ ଦାୟିତ୍ୱ ନେବା ।

Sonalisa

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago