ଦେଶ ବିଦେଶ

ଦିଲ୍ଲୀରେ ଅଘଟଣ : ଉଡ଼ାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବିମାନ, ଯାତ୍ରୀ ସୁରକ୍ଷିତ

ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଛି। ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ଯାତ୍ରୀବାହୀ ବିମାନର ଓ୍ଵିଙ୍ଗ୍‌ସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ବିମାନ ପୁସ୍‌ ବ୍ୟାକ୍‌ ବେଳେ ଓ୍ଵିଙ୍ଗ୍‌ସଟି ଖୁଣ୍ଟରେ ପିଟି ହୋଇଥିଲା। ଫଳରେ ଯାତ୍ରୀମାନେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାକୁ ତୁରନ୍ତ ଲ୍ୟାଣ୍ଡ୍‌ କରାଯାଇଥିଲା। ପରେ ସମସ୍ତ ଯାତ୍ରୀଙ୍କୁ ଆଉ ଏକ ବିମାନ ଯୋଗେ ଶ୍ରୀନଗର ପଠାଯାଇଛି।

ବିମାନର ଡେଣା ଏତେ ଜୋରରେ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ଯାଇଥିଲା ଯେ ଖୁଣ୍ଟଟି ନଇଁ ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାକୁ କୌଣସି ଆଘାତ ଲାଗିନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଉଡ଼ାଣ ଭରିବା ବେଳେ କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସ୍ପାଇସ୍‌ ଜେଟ୍‌ ପ୍ରବକ୍ତାଙ୍କ ପକ୍ଷରୁ ଜାରି ବୟାନ ମୁତାବକ, ଆଜି ସ୍ପାଇସ୍‌ଜେଟ୍‌ର ଏସ୍‌ଜି ୧୬୦ ଦିଲ୍ଲୀରୁ ଜମ୍ମୁ ପାଇଁ ଉଡ଼ାଣ ଭରୁଥିଲା। ପୁସ୍‌ବ୍ୟାକ୍‌ ବେଳେ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟରେ ଡାହାଣ ପଟ ଡେଣା ପିଟି ହୋଇଯାଇଥିଲା। ଫଳରେ ଖୁଣ୍ଟ ବଙ୍କା ହୋଇଯାଇଛି। ଏହି ଦୁର୍ଘଟଣା ପରେ ଆଉ ଏକ ବିମାନ ଯୋଗେ ଯାତ୍ରୀଙ୍କୁ ଜମ୍ମୁ ପଠାଯାଇଛି ବୋଲି କହିଛନ୍ତି ସ୍ପାଇସ୍‌ ଜେଟ୍‌ର ପ୍ରବକ୍ତା।

Also Read: ଟ୍ଵିଟରକୁ ଟକ୍କର ଦେବାକୁ ନୂଆ ସୋସିଆଲ ମିଡିଆ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଏଲନ୍‌ ମସ୍କ

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

13 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago