ଦେଶ ବିଦେଶ

ଆମେରିକୀୟ ବିଦେଶୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପତ୍ନୀ ମଧ୍ୟ କରିପାରିବେ ଚାକିରି

କେନ୍ୟୁଜ୍‌(ବ୍ୟୁରୋ) : ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କ ପାଇଁ ଭଲ ଖବର । ଯଦି ଆପଣଙ୍କ ପାଖରେ ଏଚ 1 ବି ଭିସା ଅଛି ତେବେ ଆପଣଙ୍କ ପତ୍ନୀଙ୍କୁ ସେଠାରେ ଚାକିରି କରିବାର ସୁଯୋଗ ମିଳିବ । ୟୁଏଏସ ଡିଷ୍ଟ୍ରିକ୍ଟ ଜଜ୍‌ ତାନ୍ୟା ଚୁଟକନ ଏନେଇ ଦାୟର ଏକ ମାମଲାକୁ ଖାରଜ କରି ଦେଇଛନ୍ତି । ଦାଏର ହୋଇଥିବା ପିଟିସନରେ ଏଚ 1 ବି ଭିସା ଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ପାଇଁ ଥିବା ରୋଜଗାର ପ୍ରାଧିକରଣ କାର୍ଡ ନିୟମକୁ ଖାରଜ କରିବା ପାଇଁ ଆବେଦନ କରାଯାଇଥିଲା । ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହି ନିୟମକୁ ଆମେରିକାରେ ଅଣାଯାଇଥିଲା ।

ଏହି ପିଟିସନକୁ ଆମାଜନ, ଏପଲ, ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି ଟେକ୍ନୋଲୋଜି କମ୍ପାନୀ ପକ୍ଷରୁ ବିରୋଧ କରାଯାଇଥିଲା । ଆମେରିକାରେ ଆଜି ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଏଚ 1 ବି କର୍ମଚାରୀଙ୍କ ପତ୍ନୀ କାମ କରୁଛନ୍ତି । ଯେଉଁଥିରେ ଅଧିକ ସଂଖ୍ୟାରେ ଭାରତୀୟ ଅଛନ୍ତି । ଜଷ୍ଟିସ ଚୁଟକନ କହିଥିଲେ ଏଚ 4 ଭିସା ଥିବା ବିଦେଶୀ ନାଗରିକଙ୍କୁ ଆମେରିକାରେ ରହିବା ବ୍ୟତିତ କାମ କରିବାର ଅନୁମତି ମିଳି ନଥାଏ ।

KNews Bureau

Recent Posts

ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ…

3 mins ago

ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ…

11 mins ago

ଏୟାରଟେଲର ଦମଦାର ପ୍ଲାନ୍‌, ଫ୍ରିରେ ଦେଖିପାରିବେ ଭାରତ ଓ ପାକିସ୍ତାନର ଟି-20 ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -20 ଓ୍ଵାର୍ଲ୍ଡକପର ଏକ ବଡ଼ ମ୍ୟାଚ୍ ଖେଳାଯିବ। ଆପଣଙ୍କ ସ୍ମାର୍ଟ ଟିଭି, ମୋବାଇଲ୍,…

14 mins ago

ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ପ୍ରଶିକ୍ଷଣ, ତାସାଙ୍ଗକୁ ଚାଲିଛି ପାଠପଢା

ଯାଜପୁର(କେନ୍ୟୁଜ): ଏନସିସି କ୍ୟାଡେଟସ୍ ଙ୍କୁ ଦିଆଯାଉଛି ତାଲିମ୍ । ବ୍ୟାୟାମ, ଯୋଗ, ଡ୍ରିଲ, ଫାୟାରିଂ, ଗାର୍ଡ ଅଫ ଅନର ଉପରେ…

17 mins ago

ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬…

33 mins ago

ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ ।…

35 mins ago