ଆମେରିକୀୟ ବିଦେଶୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପତ୍ନୀ ମଧ୍ୟ କରିପାରିବେ ଚାକିରି
ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କ ପାଇଁ ଭଲ ଖବର । ଏଚ 1 ବି ଭିସା ଅଛି ତେବେ ଆପଣଙ୍କ ପତ୍ନୀଙ୍କୁ ସେଠାରେ ଚାକିରି କରିବାର ସୁଯୋଗ ମିଳିବ । ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହି ନିୟମକୁ ଆମେରିକାରେ ଅଣାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ) : ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କ ପାଇଁ ଭଲ ଖବର । ଯଦି ଆପଣଙ୍କ ପାଖରେ ଏଚ 1 ବି ଭିସା ଅଛି ତେବେ ଆପଣଙ୍କ ପତ୍ନୀଙ୍କୁ ସେଠାରେ ଚାକିରି କରିବାର ସୁଯୋଗ ମିଳିବ । ୟୁଏଏସ ଡିଷ୍ଟ୍ରିକ୍ଟ ଜଜ୍ ତାନ୍ୟା ଚୁଟକନ ଏନେଇ ଦାୟର ଏକ ମାମଲାକୁ ଖାରଜ କରି ଦେଇଛନ୍ତି । ଦାଏର ହୋଇଥିବା ପିଟିସନରେ ଏଚ 1 ବି ଭିସା ଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ପାଇଁ ଥିବା ରୋଜଗାର ପ୍ରାଧିକରଣ କାର୍ଡ ନିୟମକୁ ଖାରଜ କରିବା ପାଇଁ ଆବେଦନ କରାଯାଇଥିଲା । ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହି ନିୟମକୁ ଆମେରିକାରେ ଅଣାଯାଇଥିଲା ।
ଏହି ପିଟିସନକୁ ଆମାଜନ, ଏପଲ, ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି ଟେକ୍ନୋଲୋଜି କମ୍ପାନୀ ପକ୍ଷରୁ ବିରୋଧ କରାଯାଇଥିଲା । ଆମେରିକାରେ ଆଜି ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଏଚ 1 ବି କର୍ମଚାରୀଙ୍କ ପତ୍ନୀ କାମ କରୁଛନ୍ତି । ଯେଉଁଥିରେ ଅଧିକ ସଂଖ୍ୟାରେ ଭାରତୀୟ ଅଛନ୍ତି । ଜଷ୍ଟିସ ଚୁଟକନ କହିଥିଲେ ଏଚ 4 ଭିସା ଥିବା ବିଦେଶୀ ନାଗରିକଙ୍କୁ ଆମେରିକାରେ ରହିବା ବ୍ୟତିତ କାମ କରିବାର ଅନୁମତି ମିଳି ନଥାଏ ।