ଦେବୀ ନଦୀରେ ଭାସିଯାଇ ଯୁବକ ନିଖୋଜ,ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ

ବାଉରିଆକଣ ନିକଟ ଦେବୀ ନଦୀକୁ ସାଙ୍ଗମାନଙ୍କ ସହ ଦାନିସ୍‌ ଗାଧୋଇବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ ।ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

କାକଟପୁର(କେନ୍ୟୁଜ୍): ଗାଧୋଇବା ବେଳେ ଅଘଟଣ । ଦେବୀ ନଦୀରେ ଭାସିଯାଇ ଯୁବକ ନିଖୋଜ। କାକଟପୁର ଥାନା ରସୁଲପୁର ଗାଁର ସେକ୍‌ ଦାନିସ୍‌ ଗାଧୋଉଥିବାବେଳେ ଭାସିଯାଇଛନ୍ତି। ବାଉରିଆକଣ ନିକଟ ଦେବୀ ନଦୀକୁ ସାଙ୍ଗମାନଙ୍କ ସହ ଦାନିସ୍‌ ଗାଧୋଇବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ ।

ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅସ୍ତରଙ୍ଗ ଅଗ୍ନିଶମବାହିନୀ । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.