Below header

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଗାଁଳୋକ ସ୍କୁଲ ଘେରାଉ କରିଥିଲେ । ଗତକାଲି ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

କେନ୍ଦୁଝର(କେନ୍ୟୁଜ୍): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଗାଁଳୋକ ସ୍କୁଲ ଘେରାଉ କରିଥିଲେ ।

ଗତକାଲି ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଏହି ଘଟଣାରେ ତେଲକୋଇ ଥାନାରେ ସ୍କୁଲ କମିଟି ଓ ଅଭିଭାବକଙ୍କ ତରଫରୁ ଅଭିଯୋଗ ହେବା ପରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.