Viral Report Card: ଶ୍ରେଣୀରେ ୭ମ ସ୍ଥାନ ହାସଲ କରିଥିଲେ ଛାତ୍ର, ହେଲେ ଶିକ୍ଷକ ଲେଖିଦେଲେ ଏତେ ବଡ଼ କଥା!
ସୋସିଆଲ ମିଡିଆରେ ଜଣେ ଛାତ୍ରଙ୍କ ୨୦୧୯ ବର୍ଷର ରିପୋର୍ଟ କାର୍ଡ ଭାଇରାଲ ହେଉଛି। ତେବେ ମାର୍କସିଟ୍ ଭାଇରାଲ ହେବାର କାରଣ ଛାତ୍ରଙ୍କ ମାର୍କ ନୁହେଁ, ବରଂ ରିପୋର୍ଟ କାର୍ଡରେ ଶିକ୍ଷକ ଦେଇଥିବା ମନ୍ତବ୍ୟ।

ସୋସିଆଲ ମିଡିଆରେ ଅନେକ ଜିନିଷ ଭାଇରାଲ ହୋଇଥାଏ। କିଛି ଘଟଣା ଆମକୁ ଚକିତ କରିଥାଏ ତ ଆଉ କିଛି ଘଟଣା ଆମ ଆଖିରେ ଲୁହ ଭରି ଦେଇଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଛାତ୍ରଙ୍କ ୨୦୧୯ ବର୍ଷର ରିପୋର୍ଟ କାର୍ଡ ଭାଇରାଲ ହେଉଛି। ତେବେ ମାର୍କସିଟ୍ ଭାଇରାଲ ହେବାର କାରଣ ଛାତ୍ରଙ୍କ ମାର୍କ ନୁହେଁ, ବରଂ ରିପୋର୍ଟ କାର୍ଡରେ ଶିକ୍ଷକ ଦେଇଥିବା ମନ୍ତବ୍ୟ।
ରିପୋର୍ଟରୁ ଜଣାପଡ଼ିଛି ଯେ ଛାତ୍ର ଜଣକ ଶ୍ରେଣୀରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ଏଭଳି ସମୟରେ ଛାତ୍ରଙ୍କ ଅଭିଭାବକଙ୍କ ପାଇଁ କୌଣସି ବି ଶିକ୍ଷକଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱ ରଖିଥାଏ। କିନ୍ତୁ ଏହି ଶିକ୍ଷକ ମାର୍କସିଟ୍ରେ ଏପରି କିଛି ଲେଖିଥିଲେ, ଯାହାକି ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି।
ସମସ୍ତ ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ କହିଛନ୍ତି ଯେ ଜଣେ ଦାୟିତ୍ୱବାନ୍ ଶିକ୍ଷକ ଏମିତି ଭୁଲ୍ କିପରି କରିପାରିବେ। ଅନ୍ୟମାନେ ଲେଖିଛନ୍ତି, ଶିକ୍ଷକଙ୍କଠାରୁ ଏପରି ଆଶା ନ ଥିଲା।
ଏହା ଟର୍ମ ଥ୍ରୀର ମାର୍କସିଟ୍ ଫଟୋ, ଯେଉଁଥିରେ ବିଷୟଗୁଡ଼ିକ ପାଖରେ ନମ୍ବର ଲେଖାଯାଇଛି। ସମସ୍ତ ମାର୍କ ୧୦୦ରୁ ଦିଆଯାଇଛି। ଛାତ୍ରଙ୍କୁ କଳାରେ ସବୁଠାରୁ ଅଧିକ ୮୦ ମାର୍କ ମିଳିଛି, ଯେତେବେଳେ କି, ସବୁଠାରୁ କମ୍ ୫୨ ମାର୍କ ଇଂରାଜୀ ବିଷୟରେ ମିଳିଛି। ମୋଟ ଉପରେ ଛାତ୍ର ୮୦୦ରୁ ୫୩୨ ମାର୍କ ପାଇଛନ୍ତି ଏବଂ ସେ ଶ୍ରେଣୀରେ ସପ୍ତମ ସ୍ଥାନ ହାସଲ କରିଛନ୍ତି।
ତେବେ ଏହା ଉପରେ ଶିକ୍ଷକ ଇଂରାଜୀରେ ମନ୍ତବ୍ୟ ଦେଇଛନ୍ତି। ଶିକ୍ଷକ ଲେଖିଛନ୍ତି ଯେ ‘She Has Passed Away’। ଆଉ ଯେତେବେଳେ ଲୋକେ ଏହାକୁ ସୋସିଆଲ ମିଡିଆରେ ପଢ଼ିଲେ, ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଶିକ୍ଷକଙ୍କର ଏଭଳି ଇଂରାଜୀ ଜ୍ଞାନ ସମସ୍ତଙ୍କୁ ଆଚମ୍ବିତ କରିଥିଲା। କାରଣ ଶିକ୍ଷକ ଲେଖିଥିବା ମନ୍ତବ୍ୟର ଅର୍ଥ ହେଉଛି, ‘ସେ ମରିସାରିଛନ୍ତି’।
Oh, lord
Via FB pic.twitter.com/PApNboMp3X— Anant Bhan (@AnantBhan) March 27, 2023