ଦେଶ ବିଦେଶ

୮୫ ବର୍ଷ ବୟସରେ କୁଖ୍ୟାତ ଚୋର ଧନୀରାମ ମିତ୍ତଲର ମୃତ୍ୟୁ, ଦୀର୍ଘ ୬ ଦଶନ୍ଧି ଧରି ବିଭିନ୍ନ ରାଜ୍ୟରେ ଥିଲା ମୋଷ୍ଟୱାଣ୍ଟେଡ୍

ଆଉ ଜଣେ ନଟୱରଲାଲର ମୃତ୍ୟୁ । ନିଜ ଚୋରି ପାଇଁ କୁଖ୍ୟାତ ଅପରାଧୀ ସାଜିଥିବା ଧନୀରାମ ମିତ୍ତଲର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି । କାର ଚୋରି ପାଇଁ ଗତ କେତେ ଦଶନ୍ଧି ଧରି ପୋଲିସର ନିଦ ହଜାଇ ଦେଇଥିବା ଧନୀରାମ ମିତ୍ତଲ ରୋହତକରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନରୁ ଏଲଏଲବି କରିଥିଲା । ନିଜ ଖୁସି ପାଇଁ ଧନୀରାମ କେତେବେଳେ ବିଚାରପତି ହୋଇ ଅପରାଧୀଙ୍କୁ ଜେଲ ପଠାଉଥିଲା ତ ଆଉ କେତେବେଳେ ଜାମିନ ଦେଉଥିଲା ।

ଆଉ କେବେ କୋର୍ଟ ପରିସରରୁ ଚୋରି କରୁଥିଲା କାର୍। ପାଠପଢା ସରିବା ପରେ କିଛି ନାମୀ ଓକିଲଙ୍କ ପାଖରେ ମୁନସି ଭାବେ କାମ କରିବା ବେଳେ ଚୋରି ପ୍ରତି ସଉକ ବଢିଥିଲା ଧନୀରାମର। କାଗଜ ପତ୍ର ଜାଲିଆତି କରି ୧୯୬୮ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ଷ୍ଟେସନ ମାଷ୍ଟର ଚାକିରି କରିଥିଲା ଧନୀରାମ । ଏହାସହିତ ନିଜ କାମ ସରିବା ପରେ କୋର୍ଟ ପରିସରରୁ କାର୍ ଚୋରି କରୁଥିଲା । ଆଇନ ଡିଗ୍ରୀଧାରୀ ଧନୀରାମ ନ୍ୟାୟିକ ପ୍ରକ୍ରିୟା ସହ ଏପରି ପରିଚିତ ଥିଲା ଯେ, ହରିଆଣାର ଝଝର ଅଦାଲତର ଜଣେ ବିଚାରପତିଙ୍କୁ ଜାଲ କାଗଜପତ୍ର ବଳରେ ଜବରଦସ୍ତି ହଟାଇ ସେଠାରେ ନିଜକୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଥିଲା ।

ଆଇନର ହାତ ଲମ୍ବା ବୋଲି ଜାଣି ବି ଡରି ନଥିଲା ଧନୀରାମ। ନାମ, ପରିଚୟ ଓ ଚାକିରି ବଦଳାଇ ହରିଆଣା ପରିବହନ ବିଭାଗରେ କିରାଣୀ ଭାବେ ନୂଆ ଚାକିରି ଆରମ୍ଭ କରି ଧନୀରାମ ବହୁ ଲୋକଙ୍କୁ ଜାଲ ଡ୍ରାଇଭିଂ ଲାଇସେନ୍ସ ଦେଇଥିଲା । ହେଲେ ଏଭଳି ଛୋଟ ଛୋଟ ଚୋରିରେ ସନ୍ତୁଷ୍ଟ ନହୋଇ ଧନୀରାମ କୋଲକାତା ଯାଇ ସେଠାରେ ହ୍ୟାଣ୍ଡରାଇଟିଂ ଓ ଗ୍ରାଫୋଲଜିରେ ଡିପ୍ଲୋମା କରିଥିଲା। ହେଲେ କୋର୍ଟ ଓ କାର ଚୋରିର ମୋହ ତାକୁ ପୁଣି ଟାଣି ଆଣିଥିଲା ରୋହତକ। ରୋହତକ କୋର୍ଟରେ ଓକିଲାତି ପେଶା ଆପଣାଇବା ସହ ନିଜ ଫ୍ରି ଟାଇମରେ ଚୋରି କରୁଥିଲା କାର୍ ।

୧୯୬୦ରୁ ୨ ହଜାର ମସିହା ମଧ୍ୟରେ ମିତ୍ତଲ ନାଁରେ ହରିଆଣା, ଚଣ୍ଡିଗଡ, ପଞ୍ଜାବ ଓ ରାଜସ୍ଥାନରେ ୧୫୦ରୁ ଅଧିକ ଚୋରି ମାମଲା ରୁଜୁ ହୋଇଥିଲା । ହେଲେ ପୋଲିସ ବିଭାଗର ଆକଳନ ଅନୁଯାୟୀ ନିଜ ଜୀବନ କାଳରେ କାର ଚୋରି, ଠକେଇ, ଜାଲିଆତା ଭଳି ୧ ହଜାରରୁ ଅପରାଧରେ ସାମିଲ ଥିଲା ଧନୀରାମ । ଆଇନ ପ୍ରକ୍ରିୟା ସହିତ ଭଲ ଭାବେ ପରିଚିତ ଧନୀରାମ ଜୀବନରେ ଆଇନ କେବେ ବି ବାଧକ ସାଜି ପାରିନଥିଲା ।

ବାରମ୍ବାର ଗିରଫ ହେଉଥିଲେ ବି ଆଇନ ସମ୍ବନ୍ଧୀୟ ଜ୍ଞାନ ଯୋଗୁଁ ଜାମିନରେ ବାହାରି ଆସୁଥିଲା ଧନୀରାମ। ତେବେ କ୍ରମେ ଧନୀରାମର ଅପରାଧ ରାସ୍ତାରେ ବାଧକ ସାଜିଥିଲା ବୟସ। ନିଜର ଯିବାଆସିବା ପାଇଁ ୨୦୧୬ ମସିହାରେ ଦିଲ୍ଲୀର ରାଣୀବାଗ୍ ଅଞ୍ଚଳରୁ କାର୍ ଚୋରି କରି ୯୫ତମ ଥର ପାଇଁ ଗିରଫ ହୋଇଥିଲା ଧନୀରାମ । ସେତେବେଳେ ତାକୁ ଧନୀରାମକୁ ୭୭ ବର୍ଷ ହୋଇଥିଲା ।

ପୁରୁଣା ମାମଲାଗୁଡିକ ଖୋଲିଥିଲା ବି ବୟାସାଧିକ୍ୟ କାରଣରୁ ତାକୁ ଜାମିନ ମିଳି ଯାଇଥିଲା। ୨୦୨୩ରେ ପୁରୁଣା ମାମଲାରେ ଗିରଫ ହୋଇ ଜାମିନରେ ଆସିବା ପରେ ଆଉ ଜେଲରୁ ଫେରିବ ନାହିଁ ବୋଲି କହିଥିଲା ଧନୀରାମ ।

ଏହାର କିଛି ସପ୍ତାହ ପରେ ପକ୍ଷାଘାତରେ ପୀଡିତ ହୋଇ ପଡିଥିଲା ଧନୀରାମ । ଦୀର୍ଘ ବର୍ଷେ ଧରି ଅସୁସ୍ଥ ହୋଇପଡିବା ପରେ ତାର ମୃତ୍ୟୁ ହୋଇଛି। ହେଲେ ତାର ମୃତ୍ୟୁ ସତରେ ହୋଇଛି କି ନାହିଁ ଜାଣିବା ପାଇଁ ଧନୀରାମର ଶେଷକୃତ୍ୟ ବେଳେ ଦିଲ୍ଲୀର ନିଗମବୋଧ ଘାଟରେ ଜଣେ ଏସିପି ସ୍ତରୀୟ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ପଡିଥିଲା। ଧନୀରାମ କେବଳ ଉଚ୍ଚଶିକ୍ଷିତ ନଥିଲା କାହାଣୀ କହିବାରେ ମଧ୍ୟ ଓସ୍ତାଦ ଥିଲା। ଅଧିକାଂଶ ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ କାହାଣୀ କହି ଭୁଲାଇ ଦେଉଥିଲା ଏହି ମାଷ୍ଟର ଥିଫ୍ ଧନୀରାମ ।

Sonalisa

Recent Posts

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…

3 mins ago

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…

12 mins ago

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

55 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

58 mins ago

‘ଫାଦର୍ସ ଡେ’ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣା, ୨ ମୃତ

ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…

1 hour ago

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

2 hours ago