ଦେଶ ବିଦେଶ

ଆମେରିକାକୁ ତାଲିବାନର ଚେତାବନୀ! ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଯେପରି ନରୁହନ୍ତି ଆମେରିକା ସେନା

ନୂଆଦିଲ୍ଲୀ (କେନ୍ୟୁଜ): ଆମେରିକାକୁ ତାଲିବାନ୍‌ ଚେତାବନୀ । ଆସନ୍ତା ସପ୍ତାହକୁ ଯେପରି ଆଫଗାନିସ୍ତାନରେ ନରହନ୍ତି ଆମେରିକା ସେନା । ନହେଲେ ପରିଣାମ ଭୋଗିବାକୁ ହେବ । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡ୍‌ ଲାଇନ୍‌ ରଖିଛି ଆମେରିକା । ଏହା ପରେ ଆଫଗାନିସ୍ତାନରେ ଆମେରିକା ସେନାର ଉପସ୍ଥିତି ଦେଖିବାକୁ ଚାହୁଁନି ତାଲିବାନ । ଆମେରିକା ଓ ବ୍ରିଟେନ୍‌ ଅତିରିକ୍ତ ସମୟ ମାଗିଲେ ମନା କରାଯିବ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ତାଲିବାନ ମୁଖପାତ୍ର ସୁହେଲ ସାହିନ୍‌ । ତେବେ ଡେଡ୍‌ ଲାଇନ୍‌ ଅତିକ୍ରମ କରିବା ନେଇ ବାଇଡେନ୍‌ ଚାପରେ ଅଛନ୍ତି । ଡେଡ୍‌ ଲାଇନ୍‌ ଭିତରେ ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ୟୁରୋପୀୟ ସଂଘ ଓ ବ୍ରିଟେନ୍‌ କହିଛି ।

ଅନ୍ୟପଟେ ଡେଡ୍‌ଲାଇନ୍‌ ଘୁଞ୍ଚାଯାଇପାରେ ବୋଲି ଗତକାଲି ହ୍ଵାଇଟ୍‌ ହାଉସରେ କହିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେରିକାର ୬ ହଜାର ସେନା ଉପସ୍ଥିତ ରହି କାବୁଲ ଏୟାରପୋର୍ଟକୁ ସୁରକ୍ଷା ଦେଉଛନ୍ତି । ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି । ଆଫଗାନ ନାଗରିକ ମଧ୍ୟ ବିଦେଶ ପଳାୟନ କରୁଛନ୍ତି । ସ୍ଥିତି ଯାହା ନିକଟରେ ଉଦ୍ଧାର କାର୍ଯ୍ୟ ସରିବା ଭଳି ଲାଗୁନି। ଅଗଷ୍ଟ ୧୪ରୁ ଆମେରିକା ଓ ଆମେରିକାର ସହାୟତାରେ ଏପର୍ଯ୍ୟନ୍ତ ୩୭ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି ।

 

 

 

 

 

KNews Bureau

Recent Posts

କଙ୍ଗନା ରାଣାଓ୍ଵତଙ୍କୁ ଭେଟିଲେ ଚିରାଗ ପାସଓ୍ଵାନ, ସଂସଦ ପରିସରରେ ପରସ୍ପରକୁ କଲେ ସ୍ୱାଗତ

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏବେ ମୋଦି ସରକାର ପୁଣିଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛନ୍ତି ।…

14 mins ago

World Food Safety Day: ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟକୁ କୁହନ୍ତୁ Goodbye

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର…

22 mins ago

ସାବିତ୍ରୀ ବ୍ରତ ପୂଜାକୁ ନେଇ ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳକାଣ୍ଡ

ଜଳେଶ୍ୱର(କେନ୍ୟୁଜ): ସାବିତ୍ରୀ ବ୍ରତ ପୂଜାକୁ ନେଇ ତୁମୁଳ କାଣ୍ଡ । ପୂଜକଙ୍କୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।…

30 mins ago

ଫୋନ୍ ହ୍ୟାକ୍ ହେବାରୁ ବଞ୍ଚାଇବ ଏହି ସବୁ ଉପାୟ, ସରକାର ଦେଲେ ପରାମର୍ଶ

ଆଜିକାଲି ସ୍ମାର୍ଟଫୋନ୍ ଆମର ଆବଶ୍ୟକତା ହୋଇଗଲାଣି । କଲ୍ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍, ଗେମିଙ୍ଗ, ପେମେଣ୍ଟ ଏବଂ…

47 mins ago

ପେଟ ଚାଖଣ୍ଡେ ପାଇଁ ଦହଗଞ୍ଜ ହେଉଛନ୍ତି ଶ୍ରମିକ, କାମ ପାଇବା ପାଇଁ କରୁଛନ୍ତି ସଂଘର୍ଷ

ରାୟଗଡ଼ା(କେନ୍ୟୁଜ): କଳକାରଖାନା ଭରା ରାୟଗଡା ଜିଲ୍ଲାରେ ସ୍ଥାନୀୟ ଶ୍ରମିକଙ୍କୁ ମିଳୁନି କାରଖାନାରେ କାମ l ଗୁଜୁରାଣ ମେଣ୍ଟେଇବାକୁ ଅନେକ ଶ୍ରମିକ…

1 hour ago

ଏନଡିଏ ସଂସଦୀୟ ଦଳ ବୈଠକ, ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିବେ ମୋଦି

ନୂଆଦିଲ୍ଲୀ : ସରକାର ଗଠନ ପୂର୍ବରୁ ଏନଡିଏ ବୈଠକ । ପାର୍ଲ୍ୟାମେଣ୍ଟ ସେଣ୍ଟ୍ରାଲ ହଲରେ ବୈଠକ ଚାଲିଛି । ଏନଡିଏର…

2 hours ago