ଆମେରିକାକୁ ତାଲିବାନର ଚେତାବନୀ! ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଯେପରି ନରୁହନ୍ତି ଆମେରିକା ସେନା

ନୂଆଦିଲ୍ଲୀ (କେନ୍ୟୁଜ): ଆମେରିକାକୁ ତାଲିବାନ୍‌ ଚେତାବନୀ । ଆସନ୍ତା ସପ୍ତାହକୁ ଯେପରି ଆଫଗାନିସ୍ତାନରେ ନରହନ୍ତି ଆମେରିକା ସେନା । ନହେଲେ ପରିଣାମ ଭୋଗିବାକୁ ହେବ । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡ୍‌ ଲାଇନ୍‌ ରଖିଛି ଆମେରିକା । ଏହା ପରେ ଆଫଗାନିସ୍ତାନରେ ଆମେରିକା ସେନାର ଉପସ୍ଥିତି ଦେଖିବାକୁ ଚାହୁଁନି ତାଲିବାନ । ଆମେରିକା ଓ ବ୍ରିଟେନ୍‌ ଅତିରିକ୍ତ ସମୟ ମାଗିଲେ ମନା କରାଯିବ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ତାଲିବାନ ମୁଖପାତ୍ର ସୁହେଲ ସାହିନ୍‌ । ତେବେ ଡେଡ୍‌ ଲାଇନ୍‌ ଅତିକ୍ରମ କରିବା ନେଇ ବାଇଡେନ୍‌ ଚାପରେ ଅଛନ୍ତି । ଡେଡ୍‌ ଲାଇନ୍‌ ଭିତରେ ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ୟୁରୋପୀୟ ସଂଘ ଓ ବ୍ରିଟେନ୍‌ କହିଛି ।

ଅନ୍ୟପଟେ ଡେଡ୍‌ଲାଇନ୍‌ ଘୁଞ୍ଚାଯାଇପାରେ ବୋଲି ଗତକାଲି ହ୍ଵାଇଟ୍‌ ହାଉସରେ କହିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେରିକାର ୬ ହଜାର ସେନା ଉପସ୍ଥିତ ରହି କାବୁଲ ଏୟାରପୋର୍ଟକୁ ସୁରକ୍ଷା ଦେଉଛନ୍ତି । ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି । ଆଫଗାନ ନାଗରିକ ମଧ୍ୟ ବିଦେଶ ପଳାୟନ କରୁଛନ୍ତି । ସ୍ଥିତି ଯାହା ନିକଟରେ ଉଦ୍ଧାର କାର୍ଯ୍ୟ ସରିବା ଭଳି ଲାଗୁନି। ଅଗଷ୍ଟ ୧୪ରୁ ଆମେରିକା ଓ ଆମେରିକାର ସହାୟତାରେ ଏପର୍ଯ୍ୟନ୍ତ ୩୭ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.