ଦେଶ ବିଦେଶ

ତୁର୍କୀର ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ; ସରକାର କହିଲେ ଆତଙ୍କୀ ଆକ୍ରମଣ, ୨ ପୋଲିସ କର୍ମୀ ଆହତ

ତୁର୍କୀର ରାଜଧାନୀ ଅଙ୍କାରାରେ ରବିବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଠାରେ ସଂସଦ ନିକଟରେ ହୋଇଥିବା ବିସ୍ଫୋରଣରେ ଜଣେ ଆତଙ୍କୀ ନିଜକୁ ଉଡ଼ାଇ ଦେଇଛି। ଅନ୍ୟ ଜଣେ ଆତଙ୍କୀର ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମୃତ୍ୟୁ ଘଟିଛି। ତୁର୍କୀ ଗୃହ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

ଗୃହ ମନ୍ତ୍ରଣାଳୟ ମୁତାବକ, ସ୍ଥାନୀୟ ସମୟାନୁସାରେ ଏହି ଘଟଣା ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଘଟିଛି। ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟର ବିଲ୍ଡିଂ ବାହାରେ ଦୁଇ ଆତଙ୍କବାଦୀ ଆକ୍ରମଣ କରିଥିଲେ। ପାଲଟା ଆକ୍ରମଣରେ ଜଣଙ୍କୁ ମାରି ଦିଆଯାଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଛି।

ମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି, ରବିବାର ସକାଳେ ଏକ କମର୍ସିଆଏଲ୍‌ ଗାଡ଼ି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ସୁରକ୍ଷା ମହାନିର୍ଦ୍ଦେଶାଳୟର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିଥିଲା। ଏହାପରେ ସେଠାରେ ଜୋରଦାର୍‌ ବିସ୍ଫୋରଣ ହୋଇଥିଲା। ଆତଙ୍କୀ ବିସ୍ଫୋରଣରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ତେବେ ତୁର୍କୀରେ ଗ୍ରୀଷ୍ମକାଳୀନ ଅବକାଶ ସମାପ୍ତ ହେବା ପରେ ରବିବାର ସଂସଦର ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବାର ଥିଲା। କାର୍ଯ୍ୟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏଠାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ ସୁରକ୍ଷା ଏବଂ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ମୁତୟନ ଥିବାବେଳେ ଅଙ୍କାରାରେ ରେଡ୍‌ ଆଲର୍ଟ ଜାରି କରି ଦିଆଯାଇଛି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

3 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

4 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

4 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

5 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

5 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

6 hours ago